ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ସୋମବାର ବିଧାନସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟର ଭୋଟ ଗ୍ରହଣ ସରିଛି। ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୫୪.୧୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଚାନ୍ଦୋଲି (୫୯.୫୪%) ରେ ସର୍ବାଧିକ ପ୍ରତିଶତ ଭୋଟିଙ୍ଗ ରେକର୍ଡ କରାଯାଇଛି। ତା’ପରେ ସୋନଭଦ୍ର (୫୬.୮୬%) ଏବଂ ମାଉ (୫୫.୦୧%) ଭୋଟ ରେକର୍ଡ କରାଯାଇଛି। ସପ୍ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀ ସମେତ ୫୪ ଟି ଆସନ ରହିଛି ଏବଂ ୬୧୩ ପ୍ରାର୍ଥୀଙ୍କର ଭାଗ୍ୟ ସ୍ଥିର ହୋଇଯାଇଛି। ସୂଚନାମୁତାବକ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଆଜାମଗଡ, ମାଉ, ଜୈନପୁର, ଗାଜୀପୁର, ଚାନ୍ଦୌଲି, ବାରାଣାସୀ, ମିର୍ଜାପୁର, ଭଦୋହି ଏବଂ ସୋନଭଦ୍ରା ଜିଲ୍ଲାରେ ସନ୍ଧ୍ୟା୬ ପର୍ଯ୍ୟନ୍ତ ଏହି ମତଦାନ ଚାଲିବ। ଏହି ପର୍ଯ୍ୟାୟରେ ୫୪ଟି ସିଟ୍ ମଧ୍ୟରୁ ୧୧ଟି ଅନୁସୂଚିତ ଜାତି ଏବଂ ଦୁଇଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ହୋଇ ରହିଥିଲା। ସେଠାରେ ୨.୦୬ କୋଟି ଯୋଗ୍ୟ ଭୋଟର ଅଛନ୍ତି। ଅନ୍ତିମ ରାଉଣ୍ଡ ମତଦାନ ଉଭୟ ବିଜେପି ଏବଂ ସମାଜବାଦୀ ପାର୍ଟି (ଏସପି) ପାଇଁ ବହୁତ ଗରୁତ୍ବପୂର୍ଣ୍ଣ ରହିଥିଲା। ସୂଚନାମୁତାବକ ଆସନ୍ତା ମାର୍ଚ୍ଚ ୧୦ରେ ନିର୍ବାଚନ ଫଳ ପ୍ରକାଶ ପାଇବ।