ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଓଡିଶା ବିଧାନସଭାର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ ହୋଇଛି । ଏହି ୟୁଟ୍ୟୁବ ଚ୍ୟାନେଲ ଗତକାଲିଠାରୁ ଆରମ୍ଭ ହୋଇଛି। ବିଧାନସଭା ୟୁଟ୍ୟୁବ ଚ୍ୟାନେଲ ପରେ ପରବର୍ତ୍ତୀ ସମୟରେ ଏହା ବିଧାନସଭା ଟିଭି ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହାସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ବି ଆରମ୍ଭ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ତେବେ ଆସନ୍ତା ମାର୍ଚ୍ଚ ୩୧ ପୂର୍ବରୁ ବଜେଟ ଅଧିବେସନ ଆରମ୍ଭ ହେବ ବୋଲି ଆଶା କରାଯାଉଛି।