ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:୧୯୧୬ ମାର୍ଚ୍ଚ ୫ରେ ଓଡିଶା ମାଟିରେ ପାଦ ଥାପି ଥିଲେ ଓଡିଶାର ବୀର ପୁତ୍ର ବିଜୟାନନ୍ଦ ପଟ୍ଟନାୟକ। ଲକ୍ଷ୍ମୀ ନାରାୟଣ ଓ କଟକସ୍ଥିତ ତୁଳସୀ ପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲାପ ପରେ ଓଡିଶା ତାଙ୍କୁ ବିଜୁ ବାବୁଙ୍କ ନାମରେ ଜାଣିଲା। ବିଜୁ ବାବୁ କଟକ ମିଶନ୍ ସ୍କୁଲ ଓ ରେଭେନ୍ସା କଲିଜିଏଟରେ ପାଠ ପଢ଼ି ୧୯୩୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କରିଥିଲେ । ପିଲାଟି ଦିନରୁ ସେ ନିଭୀକ , ଦୁଃସାହସିକ ଓ ଖେଳପ୍ରିୟ ଥିଲେ । ୧୯୩୫ରେ ବିମାନ ଚାଳନା ଶିକ୍ଷା ପାଇଁ ସେ ଦିଲ୍ଲୀ ଗଲେ । ଶିକ୍ଷା ପରେ ଲାଇସେନ୍ସ ପାଇ ଭାରତୀୟ ଜାତୀୟ ଏଆର୍ଓଏଡ୍ରେ ପାଇଲଟ୍ ଚାକିରି କଲେ । ପାଇଲଟ୍ ତାଲିମ ନେଉଥିବା ସମୟରେ ସେ ମହିଳା ସାଥୀ ଜ୍ଞାନଙ୍କୁ ଜାଣିଲେ । ରାଉଲପିଣ୍ଡିର ଶିଖ୍ ପରିବାରର ଝିଅ ଥିଲେ ଜ୍ଞାନ । ସେ ଦେଶରେ ପାଇଲଟ୍ ଲାଇସେନ୍ସ ପାଇବାରେ ପ୍ରଥମ ମହିଳାଥିଲେ।ଏହାପରେ ତାଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହେଲା ଏବଂ ୧୯୩୯ରେ ଉଭୟଙ୍କର ବିବାହ ହେଲା । ତେବେ ବିଜୁ ବାବୁ ରାଜନୀତିରେ ରୁଚି ରଖିବା ସହ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ। ବିଜୁ ବାବୁ ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ଦୁଃସାହସିକ ପଦକ୍ଷେପ ପାଇଁ ସେ ନେହେରୁଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।୧୯୬୧ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜୁ ବାବୁ । ବିଜୁ ପଟ୍ଟନାୟକ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସଦାସର୍ବଦା କାମ କରିଥିଲେ । ପ୍ରବଳବିରୋଧୀ ଥାଇ ମଧ୍ୟ ଓଡିଶାର ପ୍ରଗତିରେ କେବେ ବାଧାପ୍ରାପ୍ତ ହୋଇନାହିଁ। ଯାହା ପାଇଁ ସାରା ଓଡିଶା ଏହି ମହାନ ପୁରୁଷଙ୍କ ଝୁରୁଛି। କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ୧୯୯୭ , ଏପ୍ରିଲ୍ ୧୭ରେ ପ୍ରାଣ ହରାଇଥିଲେ ।