ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ୧୦୬ ପୌରାଞ୍ଚଳ ସମେତ କଟକ ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏଥିପାଇଁ ପ୍ରାର୍ଥୀଙ୍କର ନାମ ଘୋଷଣା କରିଲା ବିଜେଡି। ଭୁବନେଶ୍ବର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ଶୁଲଚନା ଦାସ, କଟକ ପାଇଁ ସୁବାସ ସିଂ ଏବଂ ବରହ୍ମପୁର ପାଇଁ ସଂଘମିତ୍ର ଦଳେଇଙ୍କ ନାମ ଘୋଷଣା କରିଛି ବିଜେଡି। ପୌର ନିର୍ବାଚନ ପାଇଁ ବସିଥିବା ପ୍ରାର୍ଥୀ ଚୟନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାମୁତାବକ ଆସନ୍ତା୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ ତାରିଖ ୧୪ ରହିଛି । ଏବଂ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୨୬ରେ ଭୋଟ ଗଣତି ହେବା ସହ ଫଳ ପ୍ରକାଶ ପାଇବ।