ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଅନୁସୂଚିତ ଜାତି ଓ ସେମାନଙ୍କ ମହିଳା ପ୍ରତି ଘଟିଥିବା ଯୌନ ନିର୍ଯାତନା ଓ ଜମି ହଡପ ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ବରେ ବୃଦ୍ଧି ପାଉଥିବା ବେଳେ କମିସନରେଟ ପୁଲିସ ଅପରାଧୀମାନଙ୍କ ସହ ସମ୍ପୃକ୍ତି କରି ଘଟଣାଗୁଡିକୁ ଦଫାରଫା କରୁଛି ବୋଲି ଅଭିଯୋଗ ଆଣିଛି ଓଡିଶା ନ୍ୟାୟ ମଞ୍ଚ । ଅପରାଧୀମାନେ ବାରମ୍ବାର ଓ ଲଗାତର ପିଡୀତାମାନକୁ ନିର୍ଯାତନା ଦେଉଥିବା ବେଳେ ପୁଲିସ ସେମାନଙ୍କୁ ତଦନ୍ତ ଓ ଗିରଫ କରିବାରେ ବିଫଳ ହେଉଛି। ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅପରାଧୀମାନଙ୍କୁ ଗିରଫ କରା ନଯାଏ , ତେବେ ସଂଗଠନ ଖଣ୍ଡଗିରି ଥାନା ଘେରାଉ କରିବ ବୋଲି ଓଡିଶା ନ୍ୟାୟ ମଞ୍ଚ ଚେତାବନୀ ଦେଇଛି । ପ୍ରକାଶ ଥାଉକି ରାଜ୍ୟ ରାଜଧାନୀରେ ଭଣ୍ଡ ସାରଥୀ ପରି ଆଉ ଏକ ଭଣ୍ଡ ବାବା ନିଜର ଅପରାଧିକ ସାମ୍ରାଜ୍ୟ କମିସନରେଟ ପୁଲିସ ସହାୟତାରେ ବୃଦ୍ଧି କରୁଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମାର ରଘୁନାଥ ନଗରରେ କୃଷ୍ଣମଠ ନାମରେ ସରକାରୀ ଜମି ମାଡିବସି ସେଠାରେ ରାଧା ପୂଜା ନାମରେ ମହିଳା ଓ ଶିଶୁମାନଙ୍କୁ ଯୌନ ନିର୍ଯାତନା କରୁଛି। ମହିଳା ଓ ଶିଶୁ ଯୌନ ନିର୍ଯାତନା ମାମଲାରେ ଖଣ୍ଡଗିରି ଥାନାରେ ଏଫଆଇଆଇର 207/2021 3 366/2021 , ବାଲିଅନ୍ତା ଆଟାରେ 385/2021 , ଜଟଣୀ ଥାନାରେ 686/2022 ଆଦି ଅନେକ ଥାନାରେ ଭଣ୍ଡ ବାବା ପ୍ରଫୁଲ୍ଲ ଦାସ ଓ ତାର ସହଯୋଗୀ ମାନଙ୍କ ନାମରେ ଥିବା ବେଳେ କମିସନରେଟ ପୁଲିସ ହାତବାନ୍ଧି ବସିଛି । ଏପରିକି ଜାତୀୟ ମାନବ ଅଧିକାର କମିଶନ ସମ୍ପୃକ୍ତ ଘଟଣାରେ ରାଜ୍ୟର ପୁଲିସ ମୁଖ୍ୟ ଡିଜିପିଙ୍କୁ ନୋଟିସ ଦେଇ ଜବାବ ମାଗିଥିଲେ ମଧ୍ୟ କମିସନରେଟ ପୁଲିସର ଅପରାଧୀମାନଙ୍କ ସହ ସାମିଲ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସେହିପରି ସମ୍ପୃକ୍ତ କୃଷ୍ଣମଠରେ ଧଳା ଜହର , ଇଂଜେଇ ଆଦି ନିଶା କାରବାର ମାଧ୍ୟମରେ କୋଟି କୋଟି ବେଆଇନ ବେପାର କରି ରାଜ୍ୟର ବିଭିନ୍ନ ଜିଲାରେ ( ଅନୁଗୁଳ , ଗଂଜାମ , ସୁନ୍ଦରଗଡ ଆଦି ) କୃଷ୍ଣ ମଠର ଶାଖା ନିର୍ମାଣ କରି ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରିଥିଲେ ମଧ୍ୟ କେଉଁ ପ୍ରଭାବଶାଳୀ ମହିଳା ସାଂସଦଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବାରୁ ପୁଲିସ ଚୁପ ରହୁଛି , ତାହା ପୁଲିସ କହିପାରିବ ବୋଲି ସଂଗଠନ ଅଭିଯୋଗ ଆଣିଛି। ସେହିପରି ଜାଗମରାର ଅଜୟ ଜେନା ଓ ଡୁମଡୁମାର ଲକ୍ଷ୍ମୀ ନାରାୟଣ ପଣ୍ଡା ଦଳିତ ଜମି ହଡ଼ପ କରିବା ଓ ସେମାନଙ୍କ ମହିଳାଙ୍କୁ ନିର୍ଯାତନା ଦେବା ଘଟଣାରେ ଖଣ୍ଡଗିରି ଥାନାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶପରେ ପୁଲିସ ମାମଲା ରୁଜୁ କରି ଚୁପ ବସିଛି। ଏହି ସମସ୍ତ ମାମଲା ସମ୍ପର୍କରେ ରାଜ୍ୟ ଗୃହ ସଚିବ , ପୁଲିସ ମହାନିର୍ଦେଶକ , ପୁଲିସ କମିଶନର ଆଦିଙ୍କୁ ଦାବିପତ୍ର ପ୍ରଦାନ କରି ଓଡିଶା ନ୍ୟାୟ ମଞ୍ଚ ଅପରାଧୀମାନକୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଆସନ୍ତା ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଓଡିଶା ନ୍ୟାୟ ମଞ୍ଚ ସାମ୍ବାଦିକ ସମ୍ମୀଳନିରେ ପ୍ରକାଶ କରିଛି।