ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଆମେ ଭାରତୀୟ ଆଉ ଖାଇବାଟା ପୁରା ମସ୍ତ ହେବା ଦରକାର। ଯେତେବେଳେ ଜଳଖିଆ କଥା ଆସେ, ଆମେ ସମସ୍ତେ ଜାଣୁ ଯେ ଖାଇବାଟା ଯେତେ ସାଧା ହେବ ତାହା ସ୍ବାସ୍ଥ୍ୟ ପାଇଁ ସେତିକି ଉତ୍ତମ। ଯଦି ଆପଣ ଦୁନିଆର ଯେକୌଣସି ସ୍ଥାନରେ ଅଛନ୍ତି ନା କାହିଁକି ଯଦି ଆପଣକୁ ବ୍ରେକଫାଷ୍ଟରେ ପୋହା ମିଳେ ତେବେ ଆପଣଙ୍କୁ ଆପଣଙ୍କ ଘର କଥା ନିହାତି ମନେପଡିବ। ତେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ କିଛି ସୁସ୍ବାଦୁ ପୋହାକୁ ଉପଭୋଗ କରୁଥିବା ଦେଖାଯାଇଥିଲା। ଏହାସହ ସେ ଲେଖିଛନ୍ତି LA ରେ ପୋହା ଯାହା ମୋତେ ମୁମ୍ବାଇକୁ ଫେରାଇ ଆଣିଛି, ଧନ୍ୟବାଦ @hungryempire @wholesam”।
ଏବଂ ସେ ଏହି ଖାଇବାକୁ ସେ ନିଜ ଇନଷ୍ଟାଗ୍ରାମରେ ସେୟାରକରିଥିଲେ। ଯାହାକୁ ବହୁ ଲୋକ ପ୍ରଶଂସା କରିଛନ୍ତି। ଏହାସହ ବହୁ ନିଜ କମେଣ୍ଟରେ ଲେଖିଛନ୍ତି ଯେ ପ୍ରିୟଙ୍କା ମଧ୍ୟ ଆମର ଆଞ୍ଚଳିକ ସୁସ୍ବାଦୁ ଖାଦ୍ୟକୁ ବହୁ ପସନ୍ଦ କରନ୍ତି।