ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ମଣିଷର ସ୍ମୃତି ଶକ୍ତି ସବୁ ବେଳେ ସବୁ ପର୍ଯ୍ୟାୟରେ ସମାନ ନଥାଏ। ଯଦି କାହାରି ସ୍ମୃତିଶକ୍ତି ହ୍ରାସ ପାଇଲେ ମଧ୍ୟ ଏବେ ଏହାକୁ ପୁଣି ଫେରାଇଆଣି ହେଉଛି। ବିଜ୍ଞାନ ହାତରେ ଏବେ ସବୁ କିଛି ସମ୍ଭବ। ବୈଜ୍ଞାନିକ ମାନେ ଏବେ ଏଭଳି ଅନେକ ଜିନିଷ ଉଦ୍ଦାବନା କରୁଛନ୍ତି ତାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବିଶେଷ ପ୍ରକାରର ହେଲ୍ମେଟ୍ ଅଛି ଯାହା ଦ୍ଵାରା ମଣିଷର ସ୍ମୃତି ଶକ୍ତିକୁ ନିୟନ୍ତ୍ରଣ କରାଯାଇ ପାରିବ । ଅର୍ଥାତ ଏହାକୁ ପିନ୍ଧି ସ୍ମୃତିଶକ୍ତି ବୃଦ୍ଧି କରିହେବ । ଏହି ବିଶେଷ ପ୍ରକାରର ହେଲ୍ମେଟ୍କୁ ଇଂଲଣ୍ଡର ଡରହମ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକମାନଙ୍କ ଅନୁସାରେ ଏହି ହେଲ୍ମେଟ୍ ସାହାଯ୍ୟରେ ବୟସ୍କମାନଙ୍କ ମଧ୍ୟରେ ଦେଖା ଦେଉଥିବା ଡିମେନ୍ସିଆ ବା ଭୁଲିବା ରୋଗକୁ ରୋକି ହେବ । ତେଣୁ ଯେଉଁମାନଙ୍କ ସ୍ମୃତିଶକ୍ତି ହ୍ରାସ ପାଉଛି କିମ୍ବା ଯେଉଁମାନେ ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି ସେମାନେ ଏହି ହେଲ୍ମେଟ୍କୁ ମାତ୍ର ୬ ମିନିଟ୍ ପର୍ଯ୍ୟନ୍ତ ପନ୍ଧିବେ । ଏହି ବିଚିତ୍ର ହେଲ୍ମେଟ୍ ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଡକ୍ଟର ଗାଡର୍ ଡୁଗଲ୍ଙ୍କ ଅନୁସାରେ ଏହି ହେଲ୍ମେଟ୍କୁ ଟ୍ରାଏଲ୍ରେ ପିନ୍ଧିବା ପରେ ସ୍ମୃତିଶକ୍ତିକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କର ଡ୍ୟାମେଜ୍ କୋଷିକାଗୁଡ଼ିକ ଠିକ୍ ହୋଇ ଯାଇପାରେ । ଅର୍ଥାତ ହେଲ୍ମେଟ୍ ସାହାଯ୍ୟରେ ସେମାନଙ୍କର କାର୍ଯ୍ୟ କରିବାର କ୍ଷମତାକୁ ଅଧିକ କ୍ରିୟାଶୀଳ କରା ଯାଇପାରିବ । ରୋଗୀ ଏହାକୁ ପିନ୍ଧିବା ଦ୍ଵାରା ହେଲ୍ମେଟ୍ରୁ ବାହାରୁ ଥିବା ଇନ୍ଫାରେଡ୍ କିରଣ ରୋଗୀର ଭିତର ପାର୍ଶ୍ଵ ପର୍ଯ୍ୟନ୍ତ ପହଞ୍ଚି ତା’ର ପ୍ରଭାବ ଛାଡିଥାଏ । ଏହି କିରଣ ମସ୍ତିଷ୍କର ଡ୍ୟାମେଜ୍ କୋଷିକାଗୁଡ଼ିକର ରିପେୟାର୍ କରେ ଓ ହ୍ରାସ ପାଉଥିବା ରୋଗୀର ସ୍ମୃତିଶକ୍ତି କିଛି ମାତ୍ରାରେ ପୁଣି ଫେରିଆସେ । ଏହି ବିଚିତ୍ର ହେଲ୍ମେଟ୍ ମସ୍ତିଷ୍କର ରକ୍ତ ସଞ୍ଚାରକୁ ଉତ୍କୃଷ୍ଟ କରିବାରେ ସାହାଯ୍ୟ କରେ ଯାହାଦ୍ବାରା କୋଷିକାଗୁଡ଼ିକ ପର୍ଯ୍ୟନ୍ତ ଅଧିକ ଅକ୍ସିଜେନ ପହଞ୍ଚିବା ଯୋଗୁ ସ୍ମୃତିଶକ୍ତି ପୂର୍ବାପେକ୍ଷା ଉନ୍ନତ ହୋଇଥାଏ । ତେଣୁ ପୂରା ଦୁନିଆରେ ବୃଦ୍ଧି ପାଉଥିବା ଡିମେନ୍ସିଆର ମାମଲାକୁ ରୋକିବା ପାଇଁ ଏଇ ହେଲ୍ମେଟ୍ ଗେମ୍ଚେଞ୍ଜର୍ ଭାବରେ ପ୍ରମାଣିତ ହୋଇପାରେ।