ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଦିଲ୍ଲୀର ଛତ୍ରପୁର ନିବାସୀ ହରଜିତ ସିଂ ଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଗୁଳି କିପରି ଲାଗିଥିଲା ଏବଂ ତାହା ପରେ ସେ କେଉଁ ଅସୁବିଧା ଭୋଗିଥିଲେ ତାହା ବର୍ଣ୍ଣନା କରିଛନ୍ତି। କିପରି ସେ ଭାରତ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ କେଉଁ କେଉଁ କାରଣରୁ ତାଙ୍କର ଏତେ ଅସୁବିଧା ହୋଇଥିଲା ସେ ଏହି ସମ୍ପର୍କରେ କହିଛନ୍ତି । ହରଜିତଙ୍କ କହିବା ଅନୁସାରେ ତାଙ୍କୁ ୩ଟା ଗୁଳି ଲାଗିଥିଲା ଏବଂ ପ୍ରାୟ ୨ ରୁ ୩ଘଣ୍ଟା ଧରି ସେ ରାସ୍ତାରେ ପଡିରହିଥିଲେ। ଯାହା ଫଳରେ ତାଙ୍କ ଶରୀର ରୁ ବହୁ ରକ୍ତ ବୋହି ଯାଇଥିଲା। ସେ ଯେତେ ବେଳେ ଆଖି ଖୋଲିଲେ ସେତେ ବେଳେ ନିଜକୁ ମେଡିକାଲରେ ପାଇଥିଲେ। ପରେ ଡାକ୍ତର ତାଙ୍କୁ ସବୁ କଥା ବୁଝାଇ କହିଥିଲେ। ସେହି ସମୟ କେତେ ଭୟର ବାତାବରଣ ସୃଷ୍ଟି କରିଥିଲା ତାହା ସେ ବର୍ଣ୍ଣନା କରିଛନ୍ତି। “ଯେହେତୁ ମୁଁ ଏକ ନୂତନ ଜୀବନ ପାଇଛି, ମୁଁ ପୁନର୍ବାର ବଞ୍ଚିବାକୁ ଚାହୁଁଛି। ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି।,” ଦୟାକରି ମୋତେ ରକ୍ଷା କରନ୍ତୁ।ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଛି। ଏବଂ ସେ ସ୍ବଦେଶକୁ ଫେରିବାକୁ ଚାହୁଁଛନ୍ତି।