ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କମିଛି କରୋନାର ପ୍ରକୋପ। ଯାହାଫଳରେ ଜନଜୀବନ ବର୍ତ୍ତମାନ ସାଧାରଣ ହୋଇଛି। ତେବେ ଏହା ଭିତରେ ଆସନ୍ତା ୩ତାରିଖ ଠାରୁ ଖୋଲିବାକୁ ଯାଉଛି ମା ତାରିଣୀଙ୍କର ଶୈବ ପୀଠ। ତେବେ କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲାଯିବ। ସ୍ଥାନୀୟ ପ୍ରଶାସନଙ୍କ ଅନୁମତି କ୍ରମେ ମନ୍ଦିର ଖୋଲିବା ନେଇ ଆଦେଶ ଦିଆଯାଇଛି। ଏଥିପାଇଁ ମା’ତାରିଣୀଙ୍କ ଟ୍ରଷ୍ଟ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଡକାଯାଇଥିଲା ଏବଂ ସେଠାରେ ଏହି ନିଷ୍ପତ୍ତି ନିଆଯାଇଛି। ଦର୍ଶନ ଓଭୋଗ ପାଇଁ ଧାଡି ଅଲଗା କରାଯିବ।ପ୍ରବେଶ ସମୟରେ ମାସ୍କ ଜରୁରୀ କରାଯାଇଛି।ଗାଡି ପୂଜା ଗେଟ ନମ୍ବର ୫ରେ କରାଯିବ। ଏପ୍ରିଲ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମନ୍ଦିର ସକାଳ ୬ଟାରୁ ୧ ଟାପର୍ଯ୍ୟନ୍ତ ଏବଂ ଅପରାହ୍ନ ୩.୩୦ ରୁ ୮ଟା ଯାଏଁ ମନ୍ଦିର ଖୋଲା ଯିବ। ସେହିପରି ଅକ୍ଟୋବର ରୁ ମାର୍ଚ୍ଚ ସକାଳ ୬.୩୦ ରୁ ୧ ଟା ଅପରାହ୍ନ ୩ ରୁ ୮ ଯାଏଁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।