ସନଷ୍ଟାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶ: ଚଳିତ ବର୍ଷ ଭକ୍ତମାନଙ୍କ ପାଇଁ ମେ ୬ ରେ ସକାଳ ୬:୨୫ରେ ଖୋଲିବ କେଦାରନାଥଙ୍କ ଦ୍ବାର। ମନ୍ଦିର ଖୋଲିବାର ଶୁଭ ତାରିଖ ଏବଂ ସମୟ ମଙ୍ଗଳବାର ଦିନ ମହାଶିବରାତ୍ରୀ ଅବସରରେ ଘୋଷଣା କରାଯାଇଛି ବୋଲି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ରିପୋର୍ଟ କରିଛି।ଶୀତଦିନେ କେଦାରନାଥଙ୍କୁ ପୂଜା କରାଯାଏ କିନ୍ତୁ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହେତୁ ମନ୍ଦିରର ଫାଟକ ବନ୍ଦ ରଖାଯାଏ। ଏବଂ ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରିପାରିବେ। ପ୍ରକୃତି ଭିତରେ ନିର୍ମିତ ଏହି ମନ୍ଦିର ପ୍ରସିନ୍ଧ ଶୈବ ପୀଠ ମଦ୍ୟରେ ଅନ୍ୟତମ। ବର୍ଷକୁ ଲକ୍ଷ ଲକ୍ଷ ଲୋକ ଏହି ମନ୍ଦିର ପରିଭ୍ରମଣ କରି ଆସିଥିଆନ୍ତି। ତେବେ ଏହି ମନ୍ଦିରର ଚର୍ତୁପାଶ୍ବରେ ପାହାଡ ପର୍ବତ ଘେରି ରହିଥିବା ବେଳେ ଥଣ୍ଡା ସମୟରେ ପ୍ରବଳ ତୁଷାର ପାତ ହୋଇଥାଏ। ଯାହା ଫଳରେ ଏହି ମନ୍ଦିରକୁ ଆସିବା ପାଇଁ ଭକ୍ତମାନଙ୍କୁ ବାରଣ କରିବା ନିମନ୍ତେ ମନ୍ଦିରକୁ ବନ୍ଦ ରଖାଯାଇଥାଏ।