ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: କୋଣାର୍କ ଏକ୍ସପ୍ରେସରୁ ଜବତ ହେଲା କେଜି କେଜି ସୁନା। ଜବତ ସୁନା ସହ ୪ଜଣଙ୍କୁ ଅଟକ ରଖାଯାଇଛି।ତେବେ ଖବର ଅନୁସାର କୋଣାର୍କ ଏକ୍ସପ୍ରେସରୁ ସୁନା ଆସୁଥିବା ଖବର ଜିଆରପିକୁ ସୂଚନା ମିଳିଥିଲା। ତେବେ ଏହି ତଥ୍ୟ ଆଧାରରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବ୍ୟାଗରୁ ୩୨ କେଜିର ସୁନା ଜବତ ହୋଇଛି। ଯାହାର ଦାମ ପ୍ରାୟ ୩୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ତେବେ ଏତେ ସୁନା କେଉଁ ଠାରୁ କେଉଁ ସ୍ଥାନକୁ ନିଆଯାଉଥିଲା ତାହା ଉପରେ ତଦନ୍ତ ଜାରି କରାଯାଇଛି। ତେବେ ଅଧିକ ତଦନ୍ତ ପାଇଁ ଜିଏସଟି ଏବଂ ଆଇଟି ବିଭାଗକୁ ସୂଚନା ଦିଆଯାଇଛି।