ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କୁ କିଏ ବା ନଜାଣେ। ତାଙ୍କର କାମ ପାଇଁ ଆଜି ସେ ତାଙ୍କର ଏକ ଭିନ୍ନ ଏବଂ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ କରିପାରିଛନ୍ତି। ସେ କେତେକ ଶ୍ରେଷ୍ଠ ଗୀତର କୋରିଓଗ୍ରାଫ୍ କରିଛନ୍ତି ଏବଂ ହିଟ୍ ଏବିସିଡି ଚଳଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତେବେ ରେମୋ ତାଙ୍କର ସଙ୍ଘର୍ଷ ସମୟ ବିଷୟରେ କହିଛନ୍ତି ଯେଉଁଥିରେ ସେ ତାଙ୍କର ଚର୍ମ ରଙ୍ଗ ପାଇଁ ଅନେକ ଭେଦଭାବର ସମ୍ମୁଖୀନ ହୋଇଛନ୍ତି।
ସେ ସମୟ ସମୟରେ ରଙ୍ଗଭେଦର ଶିକାର ହେବା ପରେ ରେମୋ ଅନେକ ସମୟରେ କ୍ରୋଧିତ ମଧ୍ୟ ହୋଇପଡୁଥିଲେ। ତଥାପି, ତାଙ୍କ ମା ତାଙ୍କ ପାଇଁ ସବୁଠାରୁ ବଡ଼ ସହଯୋଗକାରୀ ହୋଇଥିଲେ ବୋଲି ସେ କହିଛନ୍ତି। ଯେତେବେଳେ ବି ସେ ତାଙ୍କ ମାତାଙ୍କୁ ରଙ୍ଗ ଭେଦଭାବ ବିଷୟରେ ଅଭିଯୋଗ କରନ୍ତି, ସେ ତାଙ୍କୁ ସବୁ ବେଳେ ଉତ୍ସାହିତ କରନ୍ତି।
ରେମୋ ଏହାକୁ ଏକ ଇନଷ୍ଟାଗ୍ରାମ ରିଲରେ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ ଯେତେବେଳେ ସେ ଜାତିଆଣ ମନ୍ତବ୍ୟ ଶୁଣିବାରେ କ୍ରୋଧିତ ହୁଅନ୍ତି, ସେତେବେଳେ ତାଙ୍କ ମା ତାଙ୍କୁ କହିବେ ଯେ ତାଙ୍କ ଚର୍ମର ରଙ୍ଗ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଙ୍କ ମାଙ୍କ ଅନୁଯାୟୀ, ହୃଦୟ ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ । କେବଳ ସେତିକି ନୁହେଁ, ତାଙ୍କ ମା ମହମ୍ମଦ ରାଫିଙ୍କ ଦ୍ୱାରା ଗାଇଥିବା ହମ କାଲେ ହୁଆ ତୋ କ୍ୟା ହୁଆ ଦିଲ ଓ୍ବାଲେ ହେଁ
ଗୀତ ଗାଇବାକୁ କୁହନ୍ତି। ରେମୋ ଏହି ପୋଷ୍ଟକୁ ସମାପ୍ତ କରି ଲେଖିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ପତ୍ନୀ ଲିଜେଲ ଡସୁଜାଙ୍କ ପାଇଁ ଏହି ଗୀତ ଗାଉଛନ୍ତି। ଏହି ରିଲରେ ତାଙ୍କ ପତ୍ନୀଙ୍କ ସହ କିଛି ରୋମାଞ୍ଚକର ମୁହୂର୍ତ୍ତ ବିତାଉଥିବାର ରେମୋ ଦେଖିବାକୁ ମିଳିଛି । ରଙ୍ଗ ଏବଂ ବର୍ଣ୍ଣ ଏସବୁ ଠାରୁ ବହୁ ଆଗରେ ହେଉଛି ଗୋଟିଏ ମଣିଷର ହୃଦୟ ଏବଂ ଚିନ୍ତାଧାରା। ମନ ଏବଂ ହୃଦୟ ସ୍ବଚ୍ଛ ଥିଲେ ଲୋକ ଏହାକୁ ନିହାତି ସ୍ବୀକାର କରିବେ।