ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କିଟ୍ ବିଶ୍ଵବିଦ୍ୟାଳୟରେ ସୋମବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବରସ୍ଥିତ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥାନ ( ସିଫା ) ନିର୍ଦେଶକ ଡ . ସରୋଜ କୁମାର ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ବିଜ୍ଞାନ ଦିବସ ପାଳନର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ସେ କହିଲେ , ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୨୮କୁ ଜାତୀୟବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି । କିଟ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଥିଲେ ଯେ , ସ୍ଥାୟୀ ବିକାଶ ପାଇଁ ଇଞ୍ଜିନିୟରିଂର ବିଭିନ୍ନ ବିଭାଗ ସହ ଅନ୍ୟାନ୍ୟ କ୍ଷେତ୍ରର ସଂଯୋଗ ସ୍ଥାପନ କରି ନୂଆ ସୃଜନ ସୃଷ୍ଟି କରିବାର ଆବଶ୍ୟକତା ରହିଛି । କାର୍ଯ୍ୟକ୍ରମରେ କିଟ୍ ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ଦେଇଥିବା ବେଳେ କିଟ୍ ବିଶ୍ବବିଦ୍ୟାଳୟ ସ୍କୁଲ୍ ଅଫ୍ ଆପ୍ଲାଏଡ ସାଇନ୍ସର ଡିନ୍ ପ୍ରଫେସର ପ୍ରଶାନ୍ତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।