ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ। ମାର୍ଚ୍ଚ ୧ରୁ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୦୫ ଟଙ୍କା ବୃଦ୍ଧି କରାଯାଇଛି। ଏଥି ସହ ୧୯କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ଦିଲ୍ଲୀରେ ୨,୦୧୨ ଟଙ୍କା ହେବ।୫ କେଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୨୭ ଟଙ୍କା ବଢ଼ିଛି। ୫କେଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ଜାତୀୟ ରାଜଧାନୀରେ ୫୬୯ ଟଙ୍କା ହୋଇଛି।
ଗତ ମାସରେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରିଥିଲେ। ଗତ ବର୍ଷ ଅକ୍ଟୋବରରୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅବଶ୍ୟ, ଏହି ଅବଧିରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୨ଡଲାର ଅତିକ୍ରମ କରିଛି। ମାର୍ଚ୍ଚ ୧୦ ରେ ନିର୍ବାଚନ ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧିତ ହୋଇପାରେ ବୋଲି ଅନୁମାନ କରାଯାଉଛି।