ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଅଭିନେତ୍ରୀ ଭାଗ୍ୟଶ୍ରୀ ଏବଂ ତାଙ୍କ ସ୍ୱାମୀ ହିମାଳୟ ଦାସାନୀ ଷ୍ଟାର୍ ପ୍ଲସ୍ ର ନୂଆ ସୋ ‘ସ୍ମାର୍ଟ ଯୋଡି’ର ପରବର୍ତ୍ତୀ ଏପିସୋଡରେ ଅଭିନୟ କରିଛନ୍ତି। ଧାରାବାହିକରେ ଭାଗ୍ୟଶ୍ରୀ ଏବଂ ହିମାଳୟ ସେମାନଙ୍କର ବିବାହ ଦିନକୁ ପୁନଃ ପରିଦର୍ଶନ କରୁଥିବାର ଦେଖିବାକୁ ମିଳିଛନ୍ତି। ଯାହାର କିଛି ମୁହୂର୍ତ୍ତ ଷ୍ଟାର ପ୍ଲସର ଏକ ଭିଡିଓରେ ଦର୍ଶାଯାଇଛି। ତେବେ ନିଜ ବିବାହ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କାନ୍ଦି ପକାଇଲେ ଭାଗ୍ୟଶ୍ରୀ। ବିବାହରେ ତାଙ୍କ ପିତାମାତାଙ୍କ ଆପତ୍ତି କାରଣରୁ ଏହି ଦମ୍ପତି ୧୯୯୦ ଗୋପନରେ ବିବାହ କରିଥିଲେ। ଯାହାକି ସେ ସୋ’ରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ପରିବାରର ଆମ ବିବାହରେ ଆପତ୍ତି ଦେଇ ନଥିବାରୁ ଆମେ ଏପରି କରିଥିଲୁ।ସେ କହିଛନ୍ତି ମୋ ପାଇଁ ମୋ ବିବାହ ଉତ୍ସବରେ କେବଳ ହିମାଳୟଙ୍କ ବିନା କେହି ବି ନଥିଲେ । ଯେତେବେଳେ ମୁଁ ମୋ ବାପା ମାଁଙ୍କୁ ବିବାହ କଥା କହିଥିଲି ଯେ ମୁଁ ହିମାଳୟଙ୍କୁ ବିବାହ କରିବାକୁ ଚାହୁଁଛି ସେ ମୋତେ ମନା କରିଦେଇଥିଲେ। ମୁଁ ଜାଣେ ପ୍ରତ୍ୟକ ପିତା ମାଆ ତାଙ୍କ ପିଲାଙ୍କ ପାଇଁ ବହୁତ ସ୍ବପ୍ନ ଦେଖିଥାଆନ୍ତି କିନ୍ତୁ ସେ ଜାଣି ରଖିବା ଦରକାର ତାଙ୍କର ପିଲା ମାନେ ମଧ୍ୟ ନିଜ ପାଇଁ କିଛି ସ୍ବପ୍ନ ଦେଖିଥାଆନ୍ତି। ତେଣୁ ନିଜ ପିଲାମାନଙ୍କୁ ତାଙ୍କର ସ୍ବପ୍ନ ସାକର କରିବାକୁ ଦିଅନ୍ତୁ।
ଏହାସହ ଆଉ ଏକ ଦୁଃଖଦ କଥା ମଧ୍ୟ କହିଛନ୍ତି ଯେ ମୁଁ ମୋ ଇଚ୍ଛାରେ ବିବାହ କରିଲି କିନ୍ତୁ ଆପଣକୁ ଯେତେବେଳେ ଏହାକୁ ନେଇ ଏପରି ଶୁଣିବାକୁ ମିଳେ ଯେ ସେ ଘରୁ ପଳାଇ ବିବାହ କରିଛନ୍ତି ତାହା ବାସ୍ତବରେ ବହୁ ଦୁଃଖଦିଏ।ସୂଚନାମୁତାବକ ଭାଗ୍ୟଶ୍ରୀ ଏବଂ ତାଙ୍କ ସ୍ୱାମୀ ହିମାଳୟ ଷ୍ଟାର ପ୍ଲସର ସୋ ‘ସ୍ମାର୍ଟ ଯୋଡି’ରେ ନଜର ଆସିବେ।