ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସିଲା ମାର୍ଚ୍ଚମାସର ଗାଇଡ ଲାଇନ। ଗତକାଲି ମହାଶିବ ରାତ୍ରୀ ଏବଂ ଆଗକୁ ହୋଲି ବା ଦୋଳପୂର୍ଣ୍ଣିମା ଥିବାରୁ କରୋନା କଟକଣାରେ ପାଳନ କରିବାକୁ କଡାନିର୍ଦ୍ଦେଶ ଦିଆଯାଇଛି। ଖୋଲାସ୍ଥାନରେ ପାଳନ ହେବ ନାହିଁ ହୋଲି। ପରିବାର ଲୋକଙ୍କ ସହ ହୋଲି ପାଳନ କରିବାକୁ କୁହାଯାଇଛି।ରାତ୍ରୀ କର୍ଫ୍ୟୁ କୁ ହଟାଯାଇଛି। ଏହାସହ ରାଜ୍ୟରେ ମେଳା,ବାଣିଜ୍ୟମେଳା,ପର୍ବ ଆଦିକୁ ଅନୁମତି ମିଳିଳା। ଏହାସହ କୋଭିଡ କଟକଣା ମଧ୍ୟରେ ରାଜନୈତିକ ରାଲି ଏବଂଧାର୍ମିକ ସମାବେଶ ମଧ୍ୟ ହୋଇପାରିବ। ତେବେ ବ୍ରତଘର,ବାହାଘରରେ ୫୦୦ ଲୋକ ଯୋଗଦାନ କରିପାରିବେ। ସେହିପରି ଅନ୍ତେଷ୍ଟକ୍ରିୟାରେ ୨୫୦ ଜଣ ସାମିଲ ହୋଇପାରିବେ। ତେବେ ଏହାପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ।ତେବେ ସର୍ବସାଧାରଣରେ ପର୍ବ ଯଥା ହୋଲି ପାଳନ କରିବାରେ ପ୍ରତିବନ୍ଧକ ଲଗାଯାଇଛି।