ସନଷ୍ଟାର ଟିଭି ବ୍ୟୁରୋ

କଟକ: ରାତି ପାହିଲେ ଦେବ ଦେବ ମହାଦେବ ଙ୍କ ମହାଶିବରାତ୍ରୀ ପୂଜା। ଏହାକୁ ନେଇ ପ୍ରକାଶ ପାଇଛି ଜାଗର ଗାଇଡଲାଇନ। ସିଏମସି ଜାରି କଲା ଜାଗର ଗାଇଡଲାଇନ। କରୋନା କଟକଣାରେ ପାଳନ ହେବ ଚଳିତବର୍ଷର ଜାଗର ପର୍ବ । ଯେପରି ମନ୍ଦିର ବାହାରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ନ ହୁଏ ତାହାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାସହ ମନ୍ଦିର ବାହାରେ କୌଣସି ଦୋକାନ କିମ୍ବା ଭଜନ ସମାରୋହ ହେବ ନାହିଁ। ମନ୍ଦିରବ ବାହାରେ ଯେପରି ଅତ୍ୟାଧିକ ଭିଡ ନଜମେ ତାହା ପ୍ରତି ବ୍ୟାପକ ବନ୍ଦୋବସ୍ତ କରାଯିବ।