ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଠାରୁ ଶ୍ରେଣୀ ଗୃହରେ ପାଠ ପଢ଼ିବେ ପ୍ରଥମରୁ ସପ୍ତମଶ୍ରେଣୀ ପିଲା। ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଶ୍ରେଣୀ ଗୃହକୁ ଫେରିଛନ୍ତି ପିଲାମାନେ। ତେବେ ରାଜ୍ୟରେ କୋଭିଡର ସ୍ଥିତି ଆୟତରେ ଥିବାରୁ ଏପରି ପଦକ୍ଷପ ନେଇଛନ୍ତି ରାଜ୍ୟ ସରକାର। ଦୀର୍ଘ ଦୁଇବର୍ଷ ହେବ ପିଲାମାନଙ୍କର ପାଠ ପଢ଼ା ବହୁ କ୍ଷତିଗ୍ରସ୍ତ ହୋଇଥିବାରୁ ପିଲାମାନଙ୍କୁ ପାଠଗାରାକୁ ଫେରାଇଆଣିଛନ୍ତି। ସିଧାସଳଖ ପିଲାମାନଙ୍କୁ ପ୍ରମୋସନ କରାଯାଇଥିବାରୁ ପିଲାମାନଙ୍କର ପାଠପଢ଼ା ବହୁ କ୍ଷତିଗ୍ରସ୍ତ ହୋଇଛି ତେଣୁ ଏହାର ଭରଣ ପୋଷଣ ପାଇଁ ସରକାର ଏକ ସ୍ବତନ୍ତ୍ର ପୁସ୍ତିକା ତାଲିକା ପ୍ରକାଶ କରାଯିବ। ଆଜି ଠାରୁ ଆରମ୍ଭ କରି ସପ୍ତାହ ପର୍ଯ୍ୟନ୍ତ ପିଲା ମାନଙ୍କୁ ବିଭିନ୍ନ ଆକ୍ଟିଭିଟି କରିବାକୁ କୁହାଯିବ।ପ୍ରଥମ ସପ୍ତାହରେ ଷ୍ଟୋରୀ ,ପଜଲଗେମ୍, ପେଣ୍ଟିଙ୍ଗ ଆଜି କରାଯିବ। ଏହାପରେ ପୂର୍ବପରି ପାଠପଢ଼ା ହେବ।