ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଠାରୁ କଳିଙ୍ଗଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଏଫ ଆଇ ଏଚ ପ୍ରୋ ଲିଗ ହକି। ଭାରତର ଉଭୟ ପୁରୁଷ ଏବଂ ମହିଳା ଟିମ ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିଛନ୍ତି। ମହିଳା ମ୍ୟାଚ ଶନିବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଯାଇଛି। ପୁରୁଷ ମ୍ୟାଚ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ସେପଟେ ଭାରତୀୟ ଟିମ ମ୍ୟାଚକୁ ଜିତି ଖାତା ଖୋଲିବ ବୋଲି ଆଶା କରାଯାଉଛି। ତେବେ ମହିଳା ଦଳ ମଧ୍ୟ ବିଜୟୀ ଆଶାରେ ଆଗେଇ ଚାଲିଛି।