ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ୠଷ ୟୁକ୍ରେନରେ ଆକ୍ରମଣ କରିବା ପରେ ବାୟୁସେନା ବନ୍ଦ କରାଯାଇଛି। ଏହାସହ ସେଠାରେ ରହିଯାଇଥିବା ଭାରତୀୟମାନଙ୍କୁ କିପରି ଭାରତକୁ ଫେରାଇ ଆଣିହେବ ତାହା ଉପରେ ଭାରତ ବିକଳ୍ପ ମାର୍ଗ ଖୋଜୁଛି। ୟୁକ୍ରେନକୁ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନ ଆଜି ସକାଳେ ଦିଲ୍ଲୀ ଫେରିଛି।
ସୂତ୍ରରୁ ପ୍ରକାଶ ଯେ, ୟୁକ୍ରେନ୍ ରେ ବାସ କରୁଥିବା ହଜାର ହଜାର ଭାରତୀୟ ନାଗରିକଙ୍କ ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୈଠକ ବସାଇଥିଲା। ଏହାସହ ଭାରତୀୟ ଦୂତାବାସ ମାନେ ୟୁକ୍ରେନରେ ରହିଯାଇଥିବା ଭାରତୀୟ ମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ଭାରତୀୟ ଦୂତାବାସ ଚେତାବନୀ ଦେଇଛି ଯେ କାଇଭକୁ ଯାତ୍ରା କରୁଥିବା ନାଗରିକଙ୍କ ସମେତ ନାଗରିକମାନେ ସାମୟିକ ଭାବରେ ନିଜ ନିଜ ସହରକୁ ଫେରିବା ପାଇଁ ପରାମର୍ଶ ଦିଆଯାଇଛି।