ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର :ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ର ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୁମ୍ଭାରୀ ଗ୍ରାମ ପଞ୍ଚାୟତ ର ବିଜେଡି ସଭାପତି , ପୂର୍ବତନ ଆର୍ଦଶ ଶିକ୍ଷକ ବାଲିଆପାଳ ରାଜନୀତି ର ପିତାମହ ଭୀଷ୍ମ ରାଧାକୃଷ୍ଣ ଦାସ ଙ୍କ ଅକାଳ ବିୟୋଗରେ ସାରା ବାଲିଆପାଳ ଏବେ ଶୋକର ଛାୟା ଖେଳିଯାଇଛି। ରାଧାକୃଷ୍ଣ ସାର୍ ସେ ଜଣେ ସ୍ନେହି, ଆର୍ଦଶ ଶିକ୍ଷକ, ରାଧାକୃଷ୍ଣ ଦାସ ଙ୍କୁ ଯେତେବେଳେ ଯେଉଁ ସମୟରେ ଯାହାବି ବିଜେଡି ଦଳ ପକ୍ଷରୁ ଯାହା ଦାଇତ୍ବ ପ୍ରଦାନ କରାଯାଇ ଥାଏ ସେ ସୂଚାର ରୂପେ ତୁଲାଇଥାନ୍ତି ବୋଲି ଜଣାଯାଏ । ତାଙ୍କର ମୁତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କିନ୍ତୁ ଏହି ବୟସରେ ମଧ୍ୟ ସେ ହାର୍ ମାନିନଥିଲେ। ସେ ଚାକିରୀ ରୁ ଅବସର ନେଲା ପରେ ଦୀର୍ଘ ବର୍ଷ ହେବ ବିଜୁ ଜନତା ଦଳର କୁମାରୀ ପଞ୍ଚାୟତ ର ବିଜେଡି ସଭାପତି ଦାଇତ୍ବ ଓ ବାଲିଆପାଳ ବ୍ଲକ ର ବ୍ଲକ କମିଟି ରେ ସ୍ଥାନ ପାଇଁ ବିଜୁ ଜନତା ଦଳକୁ ଆଗକୁ ବଢାଇବାରେ ବେଶ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ଆଜି ଆମକୁ ସବୁ ଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି । ବିଜୁ ଜନତା ଦଳର ଯେକୌଣସି କାର୍ଯ୍ୟକ୍ରମ ପାଇଁ ସେ ସମୟାନୁବର୍ତ୍ତିତା ଥିଲେ । ବିଜେଡି ବୈଠକ କୁ ସବୁବେଳେ ଆଗରେ ଆସି ଯୋଗଦାନ ଦେଇ ମୂରବୀ ଭଳି ବାଟ ଦେଖାନ୍ତି। ତାଙ୍କ ପାଇଁ ଏହି ନିର୍ବାଚନ ଥିଲା ଶେଷ ନିର୍ବାଚନ। ରାତିରେ ନିର୍ବାଚନ ବୈଠକ ଓ ପ୍ରଚାର କରିଆସି ଶୋଇ ଥିବା ବେଳେ ରାତ୍ରି ପହିଲା ବେଳକୁ ଆଉ ରାଧାକୃଷ୍ଣ ମଉସା ନାହାଁନ୍ତି । ଆଜି ସନ୍ଧ୍ୟା ରେ ବିଜୁ ଛାତ୍ର ଜନତା ଦଳ ପକ୍ଷ ରୁ ତାଙ୍କର ଅମର ଆତ୍ମା ର ସଦିଗତି କାମନା କରି ବାଲିଆପାଳ ବ୍ଲକ ଛକ ପାଖରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଖଗଡାପାଳ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଦୀପ ଜାଳି ନୀରବ ପ୍ରାର୍ଥୀନା କରି ଅମର ଆତ୍ମା ର ସଦଗତି କାମନା କରାଯାଇଥିଲା। ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ବହୁ ନେତାରେ ଉପସ୍ଥିତ ରହିଥିଲେ। (ରିର୍ପୋଟ:ଚନ୍ଦନ ଜେନା)