ସନ୍ଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ବର:ନିଶାରେ ଲୋକ କଣ ଯେ କରନ୍ତି ତାହା ସେ ସମ୍ପୁର୍ଣ୍ଣ ଭୁଲି ଯାଆନ୍ତି। ସେହିଭଳି ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ତ ଘଟାଉଛନ୍ତି ଫାର୍ମାସିଷ୍ଟ। କୋଭିଡ ଭ୍ୟାକ୍ସିନ୍ ନେବା ପାଇଁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହିତ ଭଙ୍ଗା ମଦ ବୋତଲ ଫୋପାଡି ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏହାଦ୍ବାରା ଲୋକ ଆହତ ମଧ୍ୟ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି , ବାଲେଶ୍ବର ଜିଲ୍ଲା ସିଲାଂ ଥାନା ଅନ୍ତର୍ଗତ ଇଡଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏବଂ ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି , ଏହି ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଶିବାସିଷ ଟୁଡୁ। ଆଜି ସକାଳେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଦାଣ୍ତି ଗ୍ରାମର ପ୍ରଶାନ୍ତ ଘଡାଇ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର କୁ କୋଭିଡ ଭ୍ୟାକ୍ସିନ ନେବା ପାଇଁ ଯାଇଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ଫାର୍ମାସିଷ୍ଟ ଙ୍କୁ ଭ୍ୟାକ୍ସିନ ନେବା ବିଷୟରେ ପଚାରିବାରୁ ସେ ପ୍ରଶାନ୍ତ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମଦ ବୋତଲ ରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ହାତ ଏବଂ ଗୋଡ ରେ ଗଭୀର କ୍ଷତ ସୃଷ୍ଟି ହୋଇ ଥିଲା। ଏହି ସମୟରେ ନିଶାସକ୍ତ ଫାର୍ମାସିଷ୍ଟ ଜଣକ ସ୍ବାସ୍ଥ୍ୟକେନ୍ଦ୍ର କୁ ଆସିଥିବା ଲୋକମାନଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଖବର ପାଇ ସିଲାଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମାସିଷ୍ଟ କୁ କାବୁ କରି ଲୁହା ଚେନ ରେ ବାନ୍ଧି ଥାନା କୁ ନେଇଥିଲେ। ତେବେ କିଛି ମାସ ପୂର୍ବରୁ ମଧ୍ୟ ଉକ୍ତ ଫାର୍ମାସିଷ୍ଟ ନିଶାସକ୍ତ ଅବସ୍ଥାରେ ଲୋକମାନଙ୍କୁ ଖଣ୍ତା ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ତେବେ ଏଭଳି ନିଶାସକ୍ତ ଫାର୍ମାସିଷ୍ଟ କୁ ଚାକିରୀ ରୁ ବହିଷ୍କାର କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି। ତେବେ ଏ ସମ୍ପର୍କରେ ବସ୍ତା ମେଡିକାଲ ଇନଚାର୍ଯ୍ୟ ଙ୍କୁ ପଚାରିବାରୁ ଘଟଣା ର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି। (ରିର୍ପୋଟ:ଚନ୍ଦନ ଜେନା)