ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ଼ିଶା ବିଜେପି ଦ୍ବାରା ବାରମ୍ବାର ହିଂସାକାଣ୍ଡ ଘଟାଯାଉଛି ବୋଲି ଅଭିଯୋଗ ଆଣିଛି ବିଜେଡି। ଏହାସହ ଆଜି ଶାନ୍ତିପୁର୍ଣ୍ଣ ଭାବେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେଡି। ବିଜେପି କର୍ମୀ ଓ ସେମାନଙ୍କ ଦ୍ୱାରା ନିୟୋଜିତ ଗୁଣ୍ଡାବାହିନୀର ଆକ୍ରମଣରୁ ପୁଲିସ , ସୁରକ୍ଷାକର୍ମୀ , ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ସରକାରୀ ଅଫିସର , ସାଧାରଣ ଜନତା ଓ ବିଜେଡି କର୍ମୀ କେହି ବର୍ତି ନାହାନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି । ବହୁ ବିଜେପି ନେତା କରୋନା କଟକଣା ବେଳେ ଲାଗୁ ହୋଇଥିବା ନିର୍ବାଚନ ଆଚରଣ ବିଧ୍ୱଂ ନ ମାନି ଶହଶହ ଲୋକଙ୍କୁ ନେଇ ଶୋଭାଯାତ୍ରା କରି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗତ ଏକ ମାସ ମଧ୍ୟରେ ବିଜେପି ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘନ ଓ ନିର୍ବାଚନରେ ପରାଜୟ ଭୟରେ ହିଂସାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାର ଏକାଧିକ ଘଟଣା ଉପସ୍ଥାପନ କରିଛି ବିଜେଡି। ଏହାସହ ବିଜେପି ନେତା ଓ କର୍ମୀମାନେ ମାନେ ସାମ୍ବାଦିକଙ୍କୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିଲେ। ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଦୃଢ଼ ଦାବି କରିଛି ବିଜେଡି। ବିରୋଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେଡି।