ସନଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ : କରୋନା ସଂକ୍ରମଣ ହ୍ରାସ ପାଇବା ସହ ଏହା ନିୟନ୍ତ୍ରଣ ଆସିଥିବାରୁ ବ୍ରିଟେନ ସରକାର ସଙ୍ଗରୋଧ ନିୟମକୁ ଉଠାଇ ଦେଇଛନ୍ତି । ବ୍ରିଟେନରେ ଏଣିକି କରୋନା ସଂକ୍ରମିତଙ୍କୁ ସଙ୍ଗରୋଧରେ ରହିବାକୁ ପଡିବ ନାହିଁ । ସରକାରୀ ଆଇନତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ବାଧ୍ୟ କରାଯିବ ନାହିଁ । ଏପରିକି ଆଗାମୀ ସପ୍ତାହରୁ ଦେଶରୁ କରୋନା ସମ୍ପର୍କିତ ସମସ୍ତ କଟକଣାକୁ ହଟାଇ ଦିଆଯିବାକୁ ଯୋଜନା କରାଯାଇଥିବା ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସହିତ ଆମକୁ ରହିବାକୁ ହେବ ଏହା ସହ ଆମକୁ ରହିବା କୁ ହଵା। ତେବେ ଏପରି ନିଷ୍ପତ୍ତିକୁ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦଳ ନାପସନ୍ଦ କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି କରୋନା କଟକଣାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦ୍ଵାରା ବିପଦ ସୃଷ୍ଟି ହୋଇପାରେ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ରହିଛି । ସେହିପରି ବିରୋଧୀ ଲେବର ପାର୍ଟିର ମୁଖପାତ୍ର ୱିଜ୍ ଷ୍ଟ୍ରିଟିଙ୍ଗ କହିଛନ୍ତି ଯେ ଯୁଦ୍ଧ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଜୟ ଘୋଷଣା କରିଛନ୍ତି । ଆମକୁ ମନେରଖିବାକୁ ହେବ ଯେ କରୋନା ମହାମାରୀ କାୟାବିସ୍ତାର କରିପାରେ । ତେବେ ଏହି ନିଷ୍ପତ୍ତି ପାଇଁ ବ୍ରିଟେନ ବିପଦ ରେ ପଡି ପାରେ । ରାଣୀ ଏଲିଜାବେଥ ଦ୍ଵିତୀୟ କରୋନା ସଂକ୍ରମିତ ହେବାରୁ ଏହା ପ୍ରମାଣିତ ହେଉଛି । କରୋନା ମହାମାରୀ ଯୋଗୁଁ ବ୍ରିଟେନରେ ୧ଲକ୍ଷ ୬୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶର ୧୨ରୁ ଅଧିକ ବର୍ଷର ୮୫ % ଦୁଇପାନ ଟିକା ନେଇସାରିଛନ୍ତି । ଦୁଇ ତୃତୀୟାଂଶ ତିନି ପାନ ଲେଖାଏଁ ଟିକା ନେଇଛନ୍ତି ।