ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ।ରାଜ୍ୟର ୨୭ ଟି ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ୨୭ ଜିଲ୍ଲା, ୬୪ ବ୍ଲକ ୧୬୩ ଜିଲ୍ଲା ପରିଷଦ ଆଶନ ପାଇଁ ହେବ ଭୋଟ ଗ୍ରହଣ । ଜିଲ୍ଲା ପରିଷଦ ଆଶନ ପାଇଁ ୬୬୭ ଜଣ ପାର୍ଥି ପ୍ରତିଦ୍ବନ୍ଦିତ୍ୱ କରୁଛନ୍ତି। ଏ ଲାଗି ବ୍ୟାପକ ବ୍ୟବସ୍ଥା କରା ଯାଇଛି, ସୁରକ୍ଷା ବ୍ୟବସ୍ଥା କୁ ଜାଞ୍ଚ ମଧ୍ୟ କରା ଯାଇଛି । ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରେ ଅଧିକାଂଶ ଜିଲ୍ଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନରୁ ବାଦ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟରୁ ଜଣାଯାଇଛି ।ରାଜ୍ୟରେ ଗତ ତିନୋଟି ପର୍ଯ୍ୟାୟ ନିର୍ବାଚନରେ ଯେଉଁ ପ୍ରକାର ରାଜନୈତିକ ହିଂସା ଦେଖାଦେଇଛି ଚଳିତଥର ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଲାଗି କଟକଣା କଡାକଡି କରାଯିବାକୁ ଗୁରୁତ୍ବ ଦିଆଯାଇଛି।