ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ଆଜି ଠାରୁ ବିନା କରୋନା ସାର୍ଟିଫିକେଟରେ ହେବ ମହାପ୍ରଭୁଙ୍କର ଦର୍ଶନ। କରୋନା ଗ୍ରାଫ ତଳକୁ ଖସିବା ପରେ ଜଗାଦର୍ଶନ ପାଇଁ କଟକଣାକୁ କୋହଳ କରିଛନ୍ତି ପୁରୀ ପ୍ରଶାସନ। ଏଣିକି ଆଜି ଠାରୁ ଆଉ ଦରକାର ପଡିବ ନାହିଁ କରୋନା ଡବଲ ଡୋଜର ସାର୍ଟିଫିକେଟ। ଏହି ବ୍ୟବସ୍ଥା ଆଜି ଠାରୁ ଲାଗୁ ହୋଇଛି। ପ୍ରାୟ ୨ବର୍ଷ ପରେ ପୁରୀ ରେ କଟକଣା କୋହଳ ହେଲା ପରି ନଜର ଆସୁଛି। ତେବେ କେବଳ କୋଭିଡ ପାଇଁ ମାସ୍କ ଜରୁରୀ ବୋଲି ସୂଚନା ଦିଆଯାଇଛି। ସୂଚନାମୁତାବକ ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବାର ଜଣାପଡିଛି। ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତ ମାନେ ପୁରୀ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।ତେବେ ଭିନ୍ନକ୍ଷମ ଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯାଇଛି। ତେବେ ସର୍ବପରି ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଏହି ଦିନ ମନ୍ଦିରର ଚର୍ତୁପାର୍ଶ୍ବକୁ ବିଶୋଧନ କରାଯିବ। ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।