ସନଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟ ରବିବାର ଦିନ କୋଭିଡ ପାଇଁ ପଜିଟିଭ୍ ପରୀକ୍ଷା ହୋଇଛନ୍ତି। ଯାହା ସୂଚନାମିଳୁଛି ତାଙ୍କର ଲକ୍ଷଣଗୁଡିକ ସାମାନ୍ୟ ରହିଛି। ରାଣୀ ୩ଟି ଡୋଜର କରୋନା ଟିକା ନେଇ ସାରିଛନ୍ତି। ଏହାବାଦ ଭି ସେ କରୋନା ପଜିଟିଭ ହୋଇଥିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି। ରାଣୀଙ୍କୁ ବର୍ତ୍ତମାନ ୯୫ବର୍ଷ ବୟସ ହୋଇଛି। କରୋନାରେ ଆକ୍ରାନ୍ତ ହେବା ପରେ ସେ ବର୍ତ୍ତମାନ ନିଜକୁ ଅଲଗା ରଖିଛନ୍ତି। ତାଙ୍କ ପାଇଁ ସ୍ବତନ୍ତ୍ର ୩ଟି କୁଶଳ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ତେବେ ସୂଚନାମୁତାବକ ଏହା ପୂର୍ବରୁ ରାଣୀଙ୍କର ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲ୍ସ ଏବଂ ତାଙ୍କ ବୋହୂ କରୋନା ସଂକ୍ରମିତ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ରମୋଦୀ ରାଣୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିବା ପରେ ଟିଟ୍ବ କରି ତାଙ୍କର ସୁସ୍ଥତା କାମନା କରିଛନ୍ତି।