ସନଷ୍ଟାର ଟିଭି ବ୍ୟୁରୋ ;
(ପୁରୀ;)ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ASI DG ଭି.ବିଦ୍ୟାବତୀ । ଆଜି ସେ ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟରପ୍ଲାନର ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । ଏଏସଆଇ ଡିଜିଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ଓଡ଼ିଶାରେ ଏଏସଆଇ ଦ୍ୱାରା ବିଭିନ୍ନ କାର୍ଯ୍ୟ ଜାରି ରହିଥିବାବେଳେ ଏହାର ତଦାରଖ ପାଇଁ ଓଡ଼ିଶା ଆସିଛନ୍ତି ଏସଏସଆଇ ଡିଜି । ଶ୍ରୀମନ୍ଦିର ସହିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଜାରି ରହିଥିବା କାର୍ଯ୍ୟର ତଦାରଖ କରିବେ ଭି.ବିଦ୍ୟାବତୀ