ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ନବରଙ୍ଗପୁର ସୋରିଷପଦର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ବିଟ କରି ଶୋକ ଜଣାଇଛନ୍ତି । ସୂଚନାଅନୁସାରେ ଶୁକ୍ରବାର ନବରଙ୍ଗପୁରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବସ ଦୁର୍ଘଟଣାରେ ଗ୍ରସ୍ତ ହୋଇଥିଲା।

ଏଥିରେ ୩ଜଣଙ୍କର ମୃତ୍ୟ ହୋଇଥିବା ବେଳେ ୨୫ରୁ ଅଧିକ ଆହାତ ହୋଇଥିଲେ। ତେବେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ କାମ ଶେଷ କରି ଏମାନେ କୋଷାଗୁମୁଡା ଅଭିମୁଖେ ଯାଉଥିଲେ। ତେବେ ସୋରିଷପଦ ଠାରେ ବସ ଟି ଭାରସାମ୍ୟ ହରାଇ ଓଲଟି ପଡିଯାଇଥିଲା। ଏହି ଦୁର୍ଘଟଣାରେ ୩ଜଣଙ୍କର ପ୍ରାଣ ହାନୀ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।