ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗୁରୁବାର ଦିନ ହ୍ରିତିକ ରୋଶନ ତାଙ୍କ ରକ୍ତ ଦାନ କରିଛନ୍ତି। ହ୍ରିତିକଙ୍କ ରକ୍ତ ଗୋଷ୍ଠୀ ହେଉଛି ବି ନେଗେଟିଭ। ଯାହା ଏକ ବିରଳ ରକ୍ତ ପ୍ରକାର ଅଟେ । ସେ କୋକିଲାବେନ ଡାକ୍ତରଖାନାର ଏକ ଫଟୋ ସେୟାର କରି ସେଠାରେ ରକ୍ତ ଦାନ କରିବା ପରେ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଥିଲେ। ତାଙ୍କର ଏହି ପୋଷ୍ଟରେ ତାଙ୍କ ପିତା ରାକେଶ ରୋଶନ ମନ୍ତବ୍ୟ ଦେଇଛନ୍ତି, ” ମୁଁ ତୁମ ପାଇଁ ଗର୍ବିତ” ଏବଂ ପ୍ରଶଂସକମାନେ ହ୍ରିତିକଙ୍କୁ ଏଥି ପାଇଁ ପ୍ରଶଂସା କରିଥିଲେ। ଫଟୋ ସେୟାର କରି ଯୁଦ୍ଧ ଅଭିନେତା ଲେଖିଛନ୍ତି, “ମୋତେ କୁହାଯାଇଥିଲା ଯେ ମୋର ବ୍ଲଡ୍ ଗ୍ରୁପ୍ ବି-ନେଗେଟିଭ୍ ଏକ ବିରଳ ପ୍ରକାର ଅଟେ। ବହୁ ଡାକ୍ତରଖାନାଗୁଡ଼ିକ ପ୍ରାୟତଃ ଏହି ଗ୍ରୁପର ବ୍ଲଡ ଉପଲବ୍ଧ ନଥାଏ । ତେଣୁ ମୁଁ ମୋର ରକ୍ତ ଦାନ କରିବାକୁ ଭାବିଲି। ଏହାସହ ସେ କୋକିଲାବେନ ହସ୍ପିଟାଲର ସମସକ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନାମୁତାବକ ହ୍ରିତିକଙ୍କୁ ବିକ୍ରମ ବେଦ୍ ରେ ଦେଖିବାକୁ ମିଳିବ।ଏହା ତାମିଲ ଚଳଚିତ୍ରର ରିମେକ ଅଟେ। ଯାହାକି ସେପ୍ଟେମ୍ବର ୨୦୨୨ ରେ ମକ୍ତିଲାଭ କରିବ ବୋଲି ଆଶା କରାଯାଉଛି।