ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ପୁଣିଥରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପିର ପ୍ରତିନିଧି ମଣ୍ଡଳୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲଘଂନର ଅଭିଯୋଗ ଆଣିଲା ବିଜେପି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ସ୍କୁଲ ପଟା ବାଣ୍ଟିଥିବାର ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଲା ବିଜେପି ।ଏହାସହ ନବରଙ୍ଗପୁର ରେ ଶିକ୍ଷକ ମଦ ବାଣ୍ଟୁ ଥିବାର ବି ଅଭିଯୋଗ ଆଣିଛି ବିଜେପି । ସରକାରୀ କଳହକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡ଼ି ଚେଷ୍ଟା ଚଳାଇଛି ବୋଲି ବିଜେପି ଅଭିଯୋଗ ଆଣିଛି । ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଉଛନ୍ତି ଉଭୟ ବିଜେଡି, ବିଜେପି। ଦୁହେଁ ଦୁହିଁଙ୍କ ଉପରେ କେବଳ ଦୋଷ ଲଦାଲଦି ହେଉଛନ୍ତି।
ସେପଟେ ବିଜେଡିର ରାଜନୈତିକ ହିଂସାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖଛି ବିଜେପି । ବିଜେଡିର ଅଭିଯୋଗ ସଇତାନର ବେଦ ପାଠ ବୋଲି କହିଛନ୍ତି ବିଜେପି ନେତା । ଦୀର୍ଘ ୨୨ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ତେବେ ଏତେବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜ୍ୟରେ ଏଭଳି ଘଟଣା ଘଟୁଛି । ପୋଲିସ କଣ କରୁଛି, କାହିଁକି ଏହାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।