ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ ସରିଛି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପୁଣି ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସାକାଣ୍ଡ। ଆଜି ନିର୍ବାଚନ ସମୟରେ ଜଗତସିଂହପୁର ଜିଲ୍ଲାରେ ଘଟିଥିବା ବିଶୃଙ୍ଖଳାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ପ୍ରଥମ ପର୍ଯ୍ୟାୟରେ ଶାନ୍ତିରେ ନିର୍ବାଚନ ଚାଲିଥିବା ବେଳେ ବିଜେପି ହିଂସା ଭିଆଇ ବିଶୃଙ୍ଖଳା କରିଥିଲୋ ବୋଲି କହିଛି ବିଜେଡି । ଏହାସହ ଦ୍ୱିତୀୟ ପର୍ଯ୍ୟାୟରେ ବି ସେମାନେ ଜଗତସିଂହପୁର ଜିଲ୍ଲାରେ ବିଶୃଙ୍ଖଳା ଆଚରଣ କୁ ଦୋହରାଇଛନ୍ତି। ଓଡିଶା କୁ ୟୁପି ଓ ବିହାର ମଡେଲ ରେ ପରିଣତ କରିବାକୁ ଚେଷ୍ଟା କରୁଛି ବିଜେପି । ସେହିଲାଗି କେବଳ ହିଂସା ଆଚରଣ ଉପରେ ଫୋକସ ଦେଉଛନ୍ତି ବିଜେପି କର୍ମୀ। ହରିବା ଭୟରେ ବିଜେପି ହିଂସା ପଥକୁ ଆଦରି ନେଉଛି । ତେବେ ଆଜିର ୩୦ପ୍ରତିଶତ ମତଦାନ ହେବା ପର୍ଯ୍ୟନ୍ତ ବିଜେପି ଚୁପ ରହିଥିବା ବେଳେ ମତଦାନ ୩୦ ପ୍ରତିଶତ ସରିବା ପରେ ବିଶୃଙ୍ଖଳା ଘଟାଇଛି ବିଜେପି । ତେବେ ବିଜେପି ବାରମ୍ବାର ଏଭଳି ହିଂସାତ୍ମକ ପନ୍ଥା ଆପଣାଉଛି। ଏଥିପ୍ରତି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି।