ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଅହମ୍ମଦାବାଦରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣର ମାମଲାରେ ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୮ ଅଭିଯୁକ୍ତଙ୍କ ପାଇଁ ଶୁକ୍ରବାର ଦଣ୍ଡାଦେଶ ଶୁଣାଯାଇଛି।
ଫେବୃଆରୀ ୮ ରେ, ସ୍ବତନ୍ତ୍ର ଜଜ୍ ଆର୍ ପଟେଲ ମୋଟ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ୩୮ ଜଣଙ୍କୁ ଭାରତୀୟ ଦଣ୍ଡ ସଂହିତା, ହତ୍ୟା, ଦେଶଦ୍ରୋହ ତଥା ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବା ତଥା ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯାହା ମଧ୍ୟରୁ ୩୮ଜଣଙ୍କୁ ଫାଶୀ ଦଣ୍ଡମିଳିବା ସହିତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡର ନିର୍ଦ୍ଦେଶ ଦିଆଯାଇଛି। ଦୋଷୀମାନଙ୍କୁ ଦଣ୍ଡ ଦେବା ବ୍ୟତୀତ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଗୁରୁତର ଆହତ ଲୋକଙ୍କୁ ୫୦ ହଜାର ଏବଂ ନାବାଳକ ଆହତଙ୍କୁ ୨୫ ହଜାର ଟଙ୍କା ଦେବାକୁ କୁହାଯାଇଛି।
ସୂଚନାମୁତାବକ ଜୁଲାଇ ୨୬, ୨୦୦୮ ରେ ଅହମ୍ମଦାବାଦରେ ୨୧ଟି ସ୍ଥାନରେ ବୋମା ବିସ୍ଫେରଣ ହୋଇଥିଲା। ଯେଉଁଥିରେ ୨୦୦ ରୁ ଅଧିକ ଆହାତ ହୋଇଥିଲେ। ସିଭିଲ୍ ହସ୍ପିଟାଲ୍, ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଏଲଜି ହସ୍ପିଟାଲ୍, ବସ୍, ପାର୍କିଂ ସାଇକେଲ୍, କାର୍ ଏବଂ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ସ୍ଥାନରେ, ୫୬ ଜଣଙ୍କର ମୃତ୍ୟୁ ଘଟିଥିଲା।