ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନିର୍ବାଚନରେ ପରାଜୟ ଭୟକୁ ସ୍ବୀକାର ନକରିପାରି ରାଜ୍ୟ ବିଜେପି ଏବେ ରକ୍ତମୁଖା ହୋଇଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଦଳ ଯେଉଁ ଚିନ୍ତାଧାରା ନେଇ ଚାଲୁଛି ସେଥିରେ ଗଣମାଧ୍ୟମ ଆଦୌ ସୁରକ୍ଷିତ ନୁହେଁ ବୋଲି କହୁଛି ବିଜେପି । ଦେଶର ବିଜେପି ଶାସିତ ରାଜ୍ୟଗୁଡିକରେ ଗଣମାଧ୍ୟମ ପ୍ରତିନିଧ୍ଵ ମଧ୍ୟ ସୁରକ୍ଷିତ ନୁହନ୍ତି । ଶାନ୍ତିପ୍ରିୟ ଓଡିଶାରେ ବିଜେପି ବିହାର ଓ ଉତ୍ତରପ୍ରଦେଶ ଢାଞ୍ଚାରେ ହିଂସାକାଣ୍ଡ କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ରାଉରକେଲା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶା ହେଉଛି ଏକ ଶାନ୍ତିପ୍ରିୟ ରାଜ୍ୟ ଓ ବିଜେଡି ସବୁବେଳେ ଅହିଂସାରେ ବିଶ୍ଵାସ କରେ ହେଲେ ନିର୍ବାଚନରେ ପରାଜୟ ଭୟରେ ବିଜେପି ଏବେ ରକ୍ତମୁଖା ହୋଇଛି। ଯାହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଉଛି ବିଜେପି । ବିଜେପିଙ୍କୁ ହିଂସାକାଣ୍ଡ ଘଟାଇବାରେ ପି.ଏଚ୍.ଡି ମିଳିବା ଆବଶ୍ୟକ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଜାଣିଲାଣି ଯେ ବିଜେଡି ଏକ ବୃହତ୍ ବିଜୟ ଆଡକୁ ଅଗ୍ରସର ହେଉଛି । ତେଣୁ ପରାଜୟ ଭୟରେ ବିଜେପି ତାହାର ପୁରୁଣା ଫର୍ମୁଲା ପକାଇ ଗଣ୍ଡଗୋଳ କରୁଛନ୍ତି । ନିର୍ବାଚନ ହାରିବାକୁ ଥିବାରୁ ମୁହଁ ବଞ୍ଚାଇବା ପାଇଁ ବିଜେଡିକୁ ଗାଳିଦେବା ସହିତ ବିଜେପି ଏବେ ହିଂସାକାଣ୍ଡ ଆରମ୍ଭ କରିଦେଉଛି । ଯଦି ଆଗାମୀ ଦିନରେ ବିଜେପି ଦିନକୁ ୩୪ଟି ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଗାଳିଦେବ ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ । ପିପିଲିରେ ବିକେଜିର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଯେଉଁଳି ମରଣାନ୍ତକ ଆକ୍ରମଣ କରାଯାଇଥିଲା ତାହା ସମସ୍ତେ ଦେଖୁଛନ୍ତି । ପାରଳାଖେମୁଣ୍ଡିରେ ବିଜେଡି ସମର୍ଥିତ ଜଣେ ସରପଞ୍ଚଙ୍କ ଉପରେ ବିଜେପି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା କେବଳ ଦୁଇଟି ଉଦାହରଣ ମାତ୍ର । ହେଲେ ଏ ଘଟଣାରେ ବିଜେପିର କୌଣସି ନେତା ମୁହଁ ଖୋଲୁ ନାହାନ୍ତି । ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନଥିବାବେଳେ ଅତୀତରେ ବିଜେପୁରରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଡ୍ରାଇଭରଙ୍କୁ ବିଜେପି ଜର୍ମୀମାନେ ସଂଘବଦ୍ଧ ଭାବେ ହତ୍ୟା କରିବାର ନଜିର ମଧ୍ୟ ରହିଛି । ବିଜେପି ଆଜି ଓଡିଶାରେ ହିଂସାକୁ ପ୍ରଶୟ ଦେବା ଆରମ୍ଭ କରିଛି । କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ସରକାରୀ କର୍ମଚାରୀଙ୍କ ହାତ ଭାଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଉକ୍ତ ଘଟଣାରେ ଅଦାଲତରୁ ନାମିନ ଆଣିଲେ । ହେଲେ ମୁହଁ ଟାଣ କରି କହୁଛନ୍ତି ମୁଁ କିଛି କରିନାହିଁ । ବିଜେପି ସାଂସଦ ଜୁଏଲ ଓରାମ ଜଣେ ମହିଳାଙ୍କ ସହିତ ଅସଦାଚରଣ କଲେ । ହେଲେ ମହିଳାଙ୍କ ସୁରକ୍ଷା କଥା କହୁଥିବା ରାଜ୍ୟ ବିଜେପି କିନ୍ତୁ ଏ ମାମଲାରେ ମୁହଁ ଖୋଲୁନି । ରାଜ୍ୟ ବିଜେପି ଏବେ ଔଷଧ ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଛି । ଡକ୍ଟର ପାତ୍ର ରାଜ୍ୟ ବିଜେପି ସଭାପତିଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ଆପଣ ହିଂସାକୁ ପ୍ରଶୟ ଦିଅନ୍ତୁ ନାହିଁ । ହିଂସାକୁ ପ୍ରଶୟ ଦେଇଥିବାରୁ ଆପଣ ବିଗତ ଦିନରେ ବାରମ୍ବାର ନିର୍ବାଚନରେ ହାରୁଛନ୍ତି । ଯଦି ବିଜେପି ତାହାରା ହିଂସାତ୍ମକ ଆଚରଣ ପରିବର୍ତ୍ତନ ନକରେ ତେବେ ପୂର୍ବଥର ଭଳି ଶାନ୍ତିପ୍ରିୟ ଓଡିଶାବାସୀ ଚଳିତ ନିର୍ବାଚନରେ ମଧ୍ୟ ଆପଣଙ୍କୁ ପରାଜୟର ରାସ୍ତା ଦେଖାଇଦେବେ ବୋଲି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।