ସନଷ୍ଟାର ଟିଭି ବ୍ୟୁରୋ
ଉଦଳା:ପୁଣି ବିବାଦକୁ ଆମନ୍ତ୍ରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଉଦଳା ବ୍ଲକର ୨ ନଂ ଜୋନରେ ପ୍ରଚାର ନିମନ୍ତେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ସେଠାରେ ସ୍ଥାନୀୟ କୋଚିଳାଡିହା ପଂଚାୟତ ସରାସବିଲା ଫୁଟବଲ୍ ପଡିଆରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ କେନ୍ଦ୍ରମନ୍ତ୍ରୀ ନିଜ ଭାଷଣ ସମୟରେ ଉଚ୍ଚାରଣ ଆଚରଣ ଭୁଲିଯାଇଥିଲେ । ଯାହାଫଳରେ ଅପଶବ୍ଦ ପ୍ରୟୋଗ କରିଲେ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ୫ ଟି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପଶବ୍ଦ ବ୍ୟବହାର କରି ଭାଷଣ ଦେଉଥିଲେ କେନ୍ଦ୍ରମନ୍ତ୍ରୀ । ସରକାରଙ୍କ ଯୋଜନାକୁ ଲୋକଙ୍କ ଆଗରେ ବଖାଣୁଥିବା ବେଳେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ନିଜର ଭାଷାଗତ ଜ୍ଞାନ ଭୁଲିଯାଇଥିବା ଦେଖିବାକୁ ମିଳିଥିଲା । ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅପଶବ୍ଦ ବ୍ୟବହାର କରିବା ସର୍ବସାଧାରଣରେ ନିନ୍ଦା ପ୍ରକାଶ କରାଯାଇଛି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।