ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇଛି । ଶୀତ ପ୍ରଭାବ ସାମାନ୍ୟ ହ୍ରାସ ପାଉଥିବାର ଦେଖିବାକୁ ମିଳିଛି । ଦାରିଙ୍ଗବାଡି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା। ସୁବର୍ଣ୍ଣପୁର ଓ କୋରାପୁଟରେ ,ଭବାନୀପାଟଣାରେ , ଭୁବନେଶ୍ଵର ଓ କଟକରେ ମଧ୍ୟ ରାତ୍ରୀ ତାପମାତ୍ରା ବଢ଼ୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ , ଆସନ୍ତା ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ) ୩ରୁ ୫ଡିଗ୍ରୀ ବୃଦ୍ଧି ପାଇବ । ପରବର୍ତ୍ତୀ ସମୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମୁଖ୍ୟତଃ ଭାବେ ୧୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖ ରହିବ । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୧୮ ତାରିଖରେ ସୁନ୍ଦରଗଡ଼ , କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ୧୯ରେ ଝାରସୁଗୁଡା , ସୁନ୍ଦରଗଡ , କେନ୍ଦୁଝର , ମୟୂରଭଞ୍ଜ , ଦେବଗଡ , ବାଲେଶ୍ଵର , ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ.ଆର ବିଶ୍ଵାସଙ୍କ କହିବାନୁଯାୟୀ , ୧୮ ତାରିଖରେ କାଁ ଭାଁ କେଉଁଠି ବର୍ଷା ହୋଇପାରେ । ଅନ୍ୟ ସ୍ଥାନରେ ପାଗ ଶୁଖୁଲା ରହିବାର ସମ୍ଭାବନା ରହିଛି ।