ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭୋଟଦାନ ଶେଷ ହୋଇଛି। ସ୍ଥାନେ ସ୍ଥାନେ ଗଣ୍ଡଗୋଳ ଦେଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଶେଷ ହୋଇଛି। ତେବେ ସୂଚାରୁ ରୂପରେ ଏହି ଭୋଟଦାନ ଶେଷ ହୋଇଛି ବୋଲି ସୂଚନା ମିଳିଛି। ତେବେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧ଟାରେ ଏହା ପ୍ରକ୍ରିୟା ସରିଛି। ସୂଚନାଅନୁଯାରେ ଆଜି ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲା ୭୧ଟି ବ୍ଲକ୍ର ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା। ।
ପ୍ରଥମ ପର୍ଯ୍ୟାୟ ମତଦାନରେ ୨୨ହଜାର ୩୭୯ଟି ମତଦାନ କେନ୍ଦ୍ରରେ ସକାଳ ୭ରୁ ଦିନ ଗୋଟାଏ ମଧ୍ୟରେ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିସାରିଛନ୍ତି । ଶାନ୍ତିଶୃଙ୍ଖଳା ସହ କରୋନା କଟକଣାକୁ ମଧ୍ୟ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟଦାନ । ଆଜି ସନ୍ଧ୍ୟା ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ଓ ଡାକବାଜି ଯନ୍ତ୍ର ବନ୍ଦ କରାଯିବାକୁ ନିର୍ଦ୍ଦେଶ ରହିଛି ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି ।