ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ କିଛି ସ୍ଥାନରୁ ନିର୍ବାଚନୀ ହିଂସାର ଚିତ୍ର ସାମ୍ନାକୁ ଆସୁଛି ।ପ୍ରଥମେ ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତରେ କେହି ଦୁର୍ବୃତ୍ତ ଙ୍କ ଦ୍ୱାରା ଭୋଟ ବକ୍ସ ଫିଙ୍ଗିବାର ଦୃଶ୍ୟ ଆସିଥିବା ବେଳେ ପୁଣି ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତରୁ ମଧ୍ୟ ଆସିଛି ଏଭଳି ଏକ ଦୃଶ୍ୟ ସକାଳୁ ଏରବାଙ୍କ ପଞ୍ଚାୟତ ର ୨,୩ ଓ ୪ ନମ୍ବର ବୁଥରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ଚାଲିଥିଲା ବେଳେ ମତଦାନ କେନ୍ଦ୍ରକୁ ଧସେଇ ପସିଥିଲେ କିଛି ଅଜଣା ଦୁର୍ବୃତ୍ତ ଏବଂ ସେମାନେ ବୁଥ ପରିସରରେ ବୋମା ମାଡ଼ କରିବା ସହିତ ପ୍ରତିପକ୍ଷ ଏଜେଣ୍ଟ କୁ ମତଦାନ କେନ୍ଦ୍ର ଭିତରେ ମାଡ଼ ମାରିଥିବାର ଅଭିଯୋଗ ଆସିଛି। ଏଭଳିକି ସେହି ସମୟରେ ବୁଥରେ ଉପସ୍ଥିତ ପୋଲିସ ନିରବଦ୍ରଷ୍ଟା ସାଜି ଥିଲା ଓ ସେମାନେ ମତଦାନ କେନ୍ଦ୍ରକୁ ଜବର ଦଖଲ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ମାଡ଼ ଖାଇଥିବା ଏଜେଣ୍ଟ। ତେବେ ଭୋଟ କୁ ଆଉଥରେ କରିବା ଓ ଦୁର୍ବୃତ୍ତ ମାନଙ୍କୁ ଧରିବା ଦାବିରେ ସ୍ଥାନୀୟ କିଛି ଭୋଟର ବରି ଏରବାଙ୍କ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।(ରିର୍ପୋଟ:ବିଭୂଦତ୍ତ ପୃଷ୍ଟି)