ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ହୃଦୟ ଥରାଇ ଦେଉଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ମୋଟରସାଇକେଲ ଚାଳକ କିପରି ଟ୍ରେନ ଠାରୁ ଅଳ୍ପରୁ ବର୍ତ୍ତି ଯାଉଛନ୍ତି ତାହା ଦେଖିବାକୁ ମିଳିଛି। ମୁମ୍ବାଇରୁ ଆସିଥିବା ଏକ ଫୁଟେଜରୁ ଏହା ଜଣାପଡିଛି ଯେ ମୋଟରସାଇକେଲ ଚାଳକଙ୍କ ଗାଡିଟି ଟ୍ରେନ ଲାଇନରେ ଚୂର୍ଣ୍ଣ ହୋଇଯାଇଥିବାର ଦେଖିବାକୁ ମିଳିଛି। ବାସ କିଛି ସେକେଣ୍ଡ ପାଇଁ ତାଙ୍କର ଜୀବନ ବଞ୍ଚିଯାଇଛି। ତେବେ ସୂଚନାଅନୁସାରେ ଏହା ଏକ ରାଜଧାନୀ ଏକ୍ସପ୍ରେସ ଟ୍ରେନ ଥିଲା। ଯାହା ଫେବୃଆରୀ ୧୨ ରେ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା।
ଭିଡିଓରେ, ମୋଟରସାଇକେଲ ଆରୋହୀ ରେଳ ଟ୍ରାକ୍ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। କିଛି ସେକେଣ୍ଡ ମୂଲ୍ୟର ସମୟ ସଞ୍ଚୟ କରିବାରେ ତାଙ୍କର ପ୍ରୟାସ, ଏକ ମହଙ୍ଗା ଭୁଲ ବୋଲି ପ୍ରମାଣିତ ହେଲା ଯାହା ଫଳରେ ତାଙ୍କର ଜୀବନ ଅଳ୍ପକରେ ବର୍ତ୍ତି ଯାଇଥିଲା କିନ୍ତୁ ବାଇଟି ପୂରା ଭାଙ୍ଗି ଯାଇଥିଲା। ସିସିଟିଭି ଫୁଟେଜରେ ଦର୍ଶାଯାଇଛି ଯେ କିପରି ବାଇକ ଚାଳକ ନିଜ ମୋଟରସାଇକେଲକୁ ଟ୍ରାକରେ ଛାଡି ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇ ଆସିଥିଲେ।
ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହୋଇଛି। ଟ୍ୱିଟରରେ ଏହି ଭିଡିଓ ବହୁ ଥର ସେୟାର ମଧ୍ୟ କରାଯାଇଛି ।ଏବଂ ଦେଖାଯାଇଛି, ଅନେକେ ମୋଟରସାଇକେଲ ଆରୋହୀଙ୍କୁ ଟ୍ରାଫିକ ନିୟମ ପାଳନ କରୁ ନ ଥିବାରୁ ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି। ଏଠାରେ ଜଣେ ବାଇକରର ଭୁଲ ସ୍ପଷ୍ଟ ଭାବରେ ଜଣା ପଡୁଛି ବୋଲି ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି।
ନିୟମ ଉଲ୍ଲଂଘନ କରୁଥିବା ଏହିପରି ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ବହୁ ଲୋକ କହିଥିବା ବେଳେ ବାଇକ ଆରୋହୀ ସୌଭାଗ୍ୟବାନ୍ ବୋଲି ଲୋକ କହିଛନ୍ତି।