ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ। ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛନ୍ତି। ଏକକାଳୀନ ଭିଜିଲାନ୍ସ କଟକ, କୋରାପୁଟ,ଯାଜପୁର, ଭୁବନେଶ୍ବର ସ୍ଥିତ ଘରେ ଚଢ଼ାଉ ଜାରି ରହିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। ତେବେ ଭୁବନେଶ୍ବର ରସୁଲଗଡସ୍ଥିତ ମନୋରାମା ଇଷ୍ଟେଟ୍, ନବରଙ୍ଗପୁରର ଗ୍ରାମ-ଡାବୁଗାଓଁରେ ଅବସ୍ଥିତ ପୈତୃକ ଘର,ଯାଜପୁର ଖଇରାରେ ଥିବା ଶ୍ବଶୁର ଘର, ଖାଇରା ନିକଟସ୍ଥ ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରର ଶାନ୍ତିଲତା କେୟାର ଏବଂ ନର୍ସିଂହୋମ ସହିତ ମେଡିସିନ୍ ଦୋକାନ, ଚଣ୍ଡିଖୋଲ ଧାନମଣ୍ଡଳରେ ଥିବା ୨ଟି ଶାନ୍ତିଲତା ପରିବହନ, ଜଗତସିଂହପୁର ଜିଲ୍ଲା ବିରିଡିସ୍ଥିତ ତ୍ରିନାଥ ଙ୍କ ଡ୍ରାଇଭର ଘର ଶ୍ରୀ ରାଜୀବ ମହାନ୍ତି ଙ୍କ ଘର, କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ୨ପୁଅ କରିଥିବା ମେଡିସିନ ପ୍ରସ୍ତୁତକାରୀ ଯୁନିଟରେ ରେଡ ଚାଲିଛି।ଏହାସହ କଟକ ତୁଳସୀପୁରରେ ଥିବା ଅଫିସ,ମଧୁପାଟଣାରେ ଥିବା ସରକାରୀ କ୍ବାର୍ଟରରେ ଚଢ଼ାଉ ଜାରି କରାଯାଇଛି। ଏହି ରେଡରେ ୩ଜଣ ଅତିରିକ୍ତ ଏସପି,୧୦ଡିଏସପି,୧୩ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ କରାଯାଇଛି ତାହାର ସୂଚନା ମିଳିନାହିଁ।