ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ :ଆସନ୍ତା ୧୬ତାରିଖରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏଥିପାଇଁ କୋରାପୁଟ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକ ଓ ୨୯ ଟି ଜିଲ୍ଲା ପରିଷଦ ଆସନ ରହିଛି । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସେମିଳିଗୁଡା ବ୍ଲର ୨ଟି ଆସନ ,ବନ୍ଧୁଗାଁ ର ୨ଟି ଆସନ ଓ ବୋରିଗୁମା ବ୍ଲକର ୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ପାଇଁ ବ୍ୟାଲେଟ ପେପର ସହ ଆବଶ୍ୟକ ଉପକରଣ ଧରି ବୁଥ କେନ୍ଦ୍ରରେ ପହଞ୍ଚିଛନ୍ତି ପୋଲିଙ୍ଗ ପାର୍ଟି ଓ ପୋଲିସ ।
ସେମିଳିଗୁଡା ବ୍ଲକର ପୋଲିଙ୍ଗ ପାର୍ଟି ସେମିଳିଗୁଡା କଲେଜ ରୁ ବାହାରିଥିବା ବେଳେ ବନ୍ଧୁଗାଁ ହାଇସ୍କୁଲ ରୁ ବନ୍ଧୁଗାଁ ବ୍ଲକର ସମସ୍ତ ବୁଥ କେନ୍ଦ୍ରକୁ ପୋଲିଙ୍ଗ ପାର୍ଟି ଯାଇଛନ୍ତି । ଭୋଟ ଗ୍ରହଣ ସୁଚାରୁ ରୁପେ କରିବା ପାଇଁ ଭୋଟ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏହାସହ କୋଭିଡ ନିୟମକୁ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।