ସନଷ୍ଟାର ଟିଭି ବ୍ୟୁରୋ
କେରଳ: ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ ବିଷୟରେ କହୁଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେରଳର ଜଣେ୬୦ ବର୍ଷ ବୟସ୍କା ଦୈନିକ ମଜୁରୀ ଶ୍ରମିକ କିପରି ଗୋଟେ ମଡେଲର ରୂପ ଧାରଣ କରିନ୍ତି ତାହା ଜାଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ। ମମିକ୍କା, କେରଳର କୋଜିକୋଡେ ଜିଲ୍ଲାର ଅଟନ୍ତି, ସେ ଏକ ସ୍ଥାନୀୟ ବ୍ରାଣ୍ଡ ପାଇଁ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛନ୍ତି। ଯେଉଁଥିରେ ସେ ଏକ ସୁଟ୍ ଏବଂ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି। ଫଟୋଗ୍ରାଫର ସେୟାରେକ ଭାୟାଲିଲଙ୍କ ଦ୍ୱାରା କଏଦ ହୋଇଥିବା ଫଟୋ ସୁଟରୁ ଫଟୋ ଅନଲାଇନରେ ଭାଇରାଲ ହେବା ସହ ହଜାର ହଜାର ଲୋକ ନୂତନ ଭାବରେ ନିର୍ମିତ ମଡେଲକୁ ପ୍ରଶଂସା କରୁଛନ୍ତି।
ଫଟୋଗ୍ରାଫର ସେୟାରେକ ଭାୟାଲିଲଙ୍କ ପାଇଁ ମମିକ୍କା ତାଙ୍କର ନୂତନ ଖ୍ୟାତି ଅର୍ଜନ କରିଛନ୍ତି । ଏକ ନ୍ୟୁଜ୍ ରିର୍ପୋଟ ଅନୁଯାୟୀ, ସେୟାରେକ ମମିକ୍କାଙ୍କ ଫଟୋ ଉଠାଇ ଏହାକୁ ନିଜ ଫେସବୁକ୍ ପେଜରେ ପୋଷ୍ଟ କରିଥିଲେ। ଏଥିରେ ପୋଷ୍ଟ ହୋଇଥିବା ଏକ ଭିଡିଓ ରୁ ସୂଚନା ମିଳିଛି ଯେ କିପରି ଗୋଟିଏ ଶ୍ରମିକଙ୍କୁ ଏକ ନୂଆରୂପରେ ସେ ମଡେଲରେ ପରିଣତ କରାଇଥିଲେ।
ସେୟାରେକ କହିଛନ୍ତି ଯେ ମମିକ୍କାଙ୍କ ଠାରୁ ଭଲ ମଡେଲ ତାଙ୍କ ନଜରେ କେହି ନାହାନ୍ତି ବୋଲି ସେ କହିଲେ। ଫଟୋଗୁଡ଼ିକରେ ମମିକ୍କା ଏକ କ୍ଲାସିକ୍ ବ୍ଲେଜର ଏବଂ ଟ୍ରାଉଜର ପିନ୍ଧିଥିବାର, ହାତରେ ଏକ ଆଇପ୍ୟାଡ୍ ଅଛି। ଅନେକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ନିଜର କୃତଜ୍ଞତା ଜଣାଇବା ପାଇଁ କମେଣ୍ଟ ବିଭାଗରେ ଅନେକ କମେଣ୍ଟ କରିଛନ୍ତି । ଏହାସହ ଏକ ନୂତନ ଭୂମିକା ଗ୍ରହଣ କରିବା ପାଇଁ ଶ୍ରମିକ-ଟର୍ନ-ମଡେଲକୁ ପ୍ରଶଂସା ମଧ୍ୟ କରିଥିଲେ। କହିବାକୁ ଗଲେ ଆମ ସମସ୍ତଙ୍କ ଭିତରେ ପ୍ରତିଭା ଲୁଚି ରହିଛି। ବାସ ଏହାକୁ ଆମେ ପ୍ରସ୍ଫୁଟିତ ହେବାକୁ ଦେଇ ପାରୁ ନାହାନ୍ତି , ଏବଂ ଆମ ଚର୍ତୁପାଶ୍ବରେ ମଧ୍ୟ ଏହି ପରି ଅନେକ ପ୍ରତିଭାଶୀଳ ବ୍ୟକ୍ତିତ୍ବ ରହିନ୍ତି ଯାହାଙ୍କୁ ଉଚିତ ପ୍ଲାଟଫର୍ମ ମିଳିପାରୁ ନାହିଁ। ଯଦି ତାଙ୍କୁ ଉଚିତ ପ୍ଲାଟଫର୍ମ ମିଳେ ସେମାନେ ନିହାତି ଭାବରେ ଉନ୍ନତମାନର ପରିବେଶଣ କରିପାରିବେ।