ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର : ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ, ମୁଖ୍ୟ ଇଞ୍ଜିନିୟର -କମ୍-ଚିଫ୍ ଇଲେକ୍ଟ୍ରିକାଲ୍ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ କରାଯାଇଛି। ୨ଜଣ ଡିଏସପି,୯ ଇନ୍ସପେକ୍ଟର,୨ଜଣ ଏଏସଆଇ ଓ ଭିଜିଲାନ୍ସ କର୍ମୀଙ୍କ ନେତୃତ୍ୱରେ ଏହି ରେଡ କରାଯାଉଛି। ତେବେ ଏକକାଳୀନ ତାଙ୍କର ୪ଟି ଘରେ ରେଡ ଚାଲିଛି। ସମ୍ବଲପୁର ଜଗନ୍ନାଥ କଲୋନୀସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍ ପାର୍କ ରେସିଡେନ୍ସିର ଫ୍ଲାଟ ନମ୍ବର ୨୦୧ ଓ ୨୦୩ ରେ ଅବସ୍ଥିତ ତାଙ୍କ ଆବାସିକ କୋଠା, ଭୁବନେଶ୍ୱର ଖଣ୍ଡଗିରି କସ୍ମୋପଲିସ୍ ପ୍ରକଳ୍ପର ଫ୍ଲାଟ ନମ୍ବର H-022, ୪ଟି ଟିମ ଚଢ଼ାଉ କରିଛି। ତେବେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇଲେକ୍ଟ୍ରିକାଲ୍ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡା।