ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସମାଜସେବା କ୍ଷେତ୍ରରେ ପୁଣି ଏକ ମାଇଲଖୁଣ୍ଟ ତିଆରିକଲେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲର ସଙ୍ଗଠନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ। ବେଙ୍ଗଲୁରୁସ୍ଥିତ ଦେଶର ପ୍ରସିଦ୍ଧ ବିଜ୍ଞାନ ଓ ଗବେଷଣା ଶିକ୍ଷାନୁଷ୍ଠାନ ଭାରତୀୟ ବିଜ୍ଞାନ ସଂସ୍ଥାନ ପରିସରରେ ଏକ ମେଡିକାଲ କଲେଜ ଓ ୮୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବାଗଚୀ ସମ୍ପତ୍ତି ୪୨୫ କୋଟି ଟଙ୍କା ଦାନ କରିଛନ୍ତି। ତେବେ ଏହି ମେଡିକାଲ ହସ୍ପିଟାଲର ନାମ ବାଗଚୀ-ପାର୍ଥସାରଥୀ ରହିବ। ତେବେ ପାର୍ଥସାରଥୀ ହେଉଛନ୍ତି ମାଇଣ୍ଡ ଟ୍ରିର ଅନ୍ୟତମ ପ୍ରତିଷ୍ଠାତା ଓ ସୁବ୍ରତ ବାଗଚୀଙ୍କର ପୂର୍ବତନ ସହଯୋଗୀ। ସୂଚନାମୁତାବକ ଗତବର୍ଷ ଓଡିଶାରେ ଏକ କ୍ୟାନ୍ସର ହସ୍ପିଟାଲ ଓ ପାଲିଏଟିଭ କେୟାର କେନ୍ଦ୍ର ସ୍ଥାପନ କରିବା ପାଇଁ ବାଗଚୀ ଦମ୍ପତ୍ତି ୩୪୦ କୋଟି ଟଙ୍କା ଦାନ କରିଥିଲେ।ଏଥିପାଇଁ ବାଗଚୀ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷର କରାଯାଇଥିଲା।