ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜୋରଦାର ଚାଲିଛି। ସୋମବାର ୧୧ ଜିଲ୍ଲାକୁ ପୋଲିଙ୍ଗ ପାର୍ଟି ପଠାଯାଇଥିବା ବେଳେ ମଙ୍ଗଳବାର ୧୯ ଜିଲ୍ଲାକୁ ପୋଲିଙ୍ଗ ପାର୍ଟି ଯିବେ। ଫେବୃଆରୀ ୧୬ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଭୋଟରମାନେ କିପରି ଭୋଟ ଦେବେ ସେ ନେଇ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଅବଗତ କରାଇଛନ୍ତି । ପ୍ରତିଦ୍ବନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ନାକଚ ହେବ । ୧୦ ଚିହ୍ନ ବିଶିଷ୍ଟ ବାଲାଟ ପେପର ବ୍ୟବହାର ହେଉଥିବାରୁ ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନ ଥିବେ ଏବଂ ତାହା ଫୋଲଡ଼ ହୋଇ ରହିଥିବ ସେହି ଚିହ୍ନରେ ଯଦି ମତଦାତା ଭୋଟ ଦେଇଥିବେ, ତେବେ ତାହା ନାକଚ ହେବ ନାହିଁ। କାରଣ ସେ ଚିହ୍ନରେ କେହି ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁନାହାନ୍ତି । ତେଣୁ ତାହା ନାକଚ ହେବ ନାହିଁ ବୋଲି ଭିଡିଓ ମାଧ୍ୟମରେ ଅବଗତ କରାଇଛନ୍ତି।