ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: କୋହଳ ହେଲା ଜଗାଦର୍ଶନ ପାଇଁ କଟକଣା। ଏଣିକି ଆଉ ଦରକାର ପଡିବ ନାହିଁ କରୋନା ଡବଲ ଡୋଜର ସାର୍ଟିଫିକେଟ। ତେବେ ଆସନ୍ତା ୨୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ପ୍ରାୟ ୨ବର୍ଷ ପରେ ପୁରୀ ରେ କଟକଣା କୋହଳ ହେଲା ପରି ନଜର ଆସୁଛି। ତେବେ କେବଳ କୋଭିଡ ପାଇଁ ମାସ୍କ ଜରୁରୀ ବୋଲି ସୂଚନା ଦିଆଯାଇଛି। ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବାର ଜଣାପଡିଛି। ତେବେ ରାଷ୍ଟ୍ରପତିଙ୍କର ଗସ୍ତକୁ ନେଇ ଏହି ବୈଠକ ବସିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।
ସେପଟେ ୧୯ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ସ୍ବତନ୍ତ୍ର କଟକଣା କରାଯାଇଛି। ୧୯ ତାରିଖ ଦିନ ଅପରାହ୍ନ ୪ ରୁ ୬ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରକୁ ସାଧାରଣ ଭକ୍ତ ମାନଙ୍କର ପ୍ରବେଶକୁ ବାରଣ କରାଯାଇଛି।