ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ଭାଲେଣ୍ଟାଇନ୍ସ ଡେ’ରେ ମଲାଇକା ଆରୋରା ଅର୍ଜୁନ କପୁରଙ୍କ ପାଇଁ ଏକ ରୋମାଣ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି। ଦୁହିଁଙ୍କର ଏକ ଫଟୋ ସେୟାର କରି ମଲାଇକା ଏଥିରେ କେବଳ ଗୋଟିଏ ଶବ୍ଦରେ କ୍ୟାପସନ୍ ଦେଇଛନ୍ତି ଯାହାକି ଲେଖାଯାଇଛି “ମୋର” । ଅର୍ଜୁନଙ୍କ ବିଷୟରେ ଉଲ୍ଲେଖ କରି ସେ ‘ମୋର’ ଲେଖିଛନ୍ତି । ଏବଂ ଏହାସହ ଏକ ଲାଲ ହୃଦୟ ଇମୋଜି ଯୋଡିଥିଲେ। ଏହି ଫଟୋରେ ମଲାଇକା ଏବଂ ଅର୍ଜୁନ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ମଲାଇକାଙ୍କ ଏହି ପୋଷ୍ଟପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି।
ମଲାଇକା ଫଟୋ ସେୟାର କରିଥିବାବେଳେ ଅର୍ଜୁନ ଏକ ନୋଟ୍ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପରସ୍ସର ଙ୍କୁ ଭଲ ପାଇବା ବିଷୟରେ ଜଣାଇଛନ୍ତି। ତେବେ ଏହି ଯୋଡି ତାଙ୍କ ସମ୍ପର୍କକୁ ନେଇ ବହୁତ ଟ୍ରୋଲର ଶୀକାର ହେଉଥିଲେ ମଧ୍ୟ ସବୁ ବେଳେ ଟ୍ରୋଲର ଜବାବ ମଧ୍ୟ ଦେଇଥାଆନ୍ତି।