ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୁଣି ଭାରତ ସରକାର ବ୍ୟାନ କରିଲେ ୫୪ଟି ଚାଇନିଜ୍ ଆପ। ଦେଶର ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପ କୁ ବ୍ୟାନ କରାଯିବ ବୋଲି ସୂଚନା ମିଳିଛି। ନିଷିଦ୍ଧ ହୋଇଥିବା ଆପଗୁଡ଼ିକ ମଧ୍ୟରେ – ସୁଇଟ ସେଲଫି HD, ବିୟୁଟି କ୍ୟାମେରା – ସେଲଫି କ୍ୟାମେରା, ଭିଭା ଭିଡିଓ ଏଡିଟର୍, ଟେନ୍ସେଣ୍ଟ କ୍ରାଇଭର, ଅନ୍ମୋଜି ଆରେନା, ଆପଲକ୍ ଏବଂ ଡୁଆଲ୍ ସ୍ପେସ୍ ଲାଇଟ୍ ଇତ୍ୟାଦି ସାମିଲ ଅଛି।
ଗତ ବର୍ଷ ଜୁନ୍ ମାସରେ, ଭାରତର ସାର୍ବଭୌମତ୍ୱ ତଥା ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଟିକଟକ୍, ୱିଚାଟ ଏବଂ ହେଲୋ ଭଳି ବହୁଳ ବ୍ୟବହୃତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସମେତ ୫୯ଟି ଚାଇନିଜ୍ ଆପ ଉପରେ ଭାରତ ନିଷେଧ କରିଥିଲା। ମେ ୨୦୨୦ରେ ଚୀନ୍ ସହିତ ସୀମା ତିକ୍ତତା ପରଠାରୁ ଭାରତରେ ପ୍ରାୟ ୩୦୦ଆପ୍ କୁ ଅବରୋଧ କରାଯାଇଛି।