ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଏଡିଏମ। ସୁନ୍ଦରଗଡର ଅତିରିକ୍ତ ମାଜିଷ୍ଟ୍ରେଟ ବିଶ୍ବଜିତ ମହାପାତ୍ରଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। ଏକକାଳୀନ ୩ଟି ଜିଲ୍ଲା ତଥା ସୁନ୍ଦରଗଡ ସମେତ ଭୁବନେଶ୍ବର, ଜଗତସିଂପୁରରେ ଚଢ଼ାଉ ଚାଲିଛି। ଏହି ଚଢ଼ାଉ ସମୟରେ ଘରୁ ବହୁ ଗୁରୁତ୍ବପୁର୍ଣ୍ଣ ଫାଇଲ ଜବତ ହୋଇଛି। ଏନେଇ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ତାହା ନେଇ କିଛି ସ୍ପଷ୍ଟ ହୋଇ ନାହିଁ।
ଖବରଅନୁସାରେ ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ ଏଡିଏମଙ୍କ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ସ୍ଥିତ ଘର, ଭୁବନେଶ୍ବର ନୟାପଲ୍ଲୀସ୍ଥିତ ଫ୍ଲାଟ, ଜଗତସିଂପୁରର ରଘୁନାଥପୁରସ୍ଥିତ ପୈତୃକ ଘର, ଜଗତସିଂପୁରର ମଣିଜଙ୍ଗାସ୍ଥିତ ସମ୍ପର୍କୀୟଙ୍କ ଘର, ସୁନ୍ଦରଗଡସ୍ଥିତ ସରକାରୀ ବାସଭବନ, ଅଫିସ, ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସରେ ଥିବା ତାଙ୍କର ଚାମ୍ବର, ରାଜଗାଙ୍ଗପୁର ସ୍ଥିତ ଓସିଏଲ କ୍ୟାମ୍ପସରେ ଚଢ଼ାଉ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି ତାହାର ସୂଚନା ମିଳି ନାହିଁ।