ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନରେ ବୁଧବ।ର ଦାରୁବ୍ରହ୍ମଙ୍କ ବନକଲାଗି ( ଶ୍ରୀମୁଖ ସିଂହାର ) ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ପରେ ଜୟବିଜୟ ଦ୍ଵାର ଭିତରୁ ବନ୍ଦ କରାଯିବ । ବନକଲାଗି ପାଇଁ ଦତ୍ତମହାପାତ୍ର ସେବକ ଭିତରେ ପ୍ରବେଶ କରିବେ । ରତ୍ନସିଂହାସନ ଉପରକୁ ଯାଇ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସେମାନେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ । ବନକଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ପରେ ସନ୍ଧ୍ୟାଆଳତି , ସନ୍ଧ୍ୟାଧୂପ ଚନ୍ଦନଲାଗି , ବଡ଼ସିଂହାର ବେଶ , ବଡ଼ସିଂହାର ଭୋଗ ସମେତ ରାତ୍ରପହୁଡ଼ କରାଯିବ । ତେବେ ବନକଲାଗି ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ । ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ ।